ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା; କମ୍ପାନୀରୁ ସିଧାସଳଖ ଓଡିଶା ଆସିବ ଟିକା

73

କନକ ବ୍ୟୁରୋ : କୋଭିଡ ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯେକୌଣସି ମୁହୂର୍ତରେ ଟିକା ପହଂଚିପାରେ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଟିକା ଆସିଯିବା ପରେ ରାଜ୍ୟ ଟିକାକରଣ ରୁମରେ ମହଜୁଦ ରଖାଯିବ । ଏହା ପରେ ଜିଲ୍ଲାରେ ପ୍ରସ୍ତୁତ କରାଯାଇଥିବା ଟିକା କେନ୍ଦ୍ରକୁ ଭ୍ୟାକସିନକୁ ପଠାଯିବ । କେଉଁଠି ଟିକାକରଣ କରାଯିବ ସେନେଇ ଜିଲ୍ଲାପାଳମାନଙ୍କୁ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ପ୍ରଥମେ ପ୍ରତିକ୍ଷା ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଂଚ ହେବ ଯେ ସେମାନଙ୍କ ନାଁ ଡାଟାବେଶରେ ଅଛି କି ନାହିଁ । ଏହା ପରେ ଟିକାକରଣ ରୁମରେ ସେମାନଙ୍କ ବାକି ତଥ୍ୟ ଯାଂଚ ହୋଇ ଟିକା ଦିଆଯିବ । ତା ପରେ ସେମାନଙ୍କୁ ଅବଜରଭେସନ ରୁମରେ ୩୦ ମିନିଟ ରଖାଯିବ । ଏବେ ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟା ବେଶ ପ୍ରସ୍ତୁତ ହୋଇଛି । ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ କେବେଳ ଟିକାକୁ ଅପେକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।