ସାବଧାନ ! ଯନ୍ତ୍ରଣାରୁ ମୁକ୍ତି ପାଇବା ଚକ୍କରରେ ପେନ କିଲର ଦେଇପାରେ ଏହି ରୋଗ

44

ପାଖାପାଖି ସମସ୍ତ ରସାୟନ ମିଶ୍ରିତ ଔଷଧ ଶରୀର ପାଇଁ କ୍ଷତିକାରକ । ଯଦି ଏହା ଦ୍ୱାରା କୈାଣସି ସମସ୍ୟା ହୁଏ, ତେବେ ଯନ୍ତ୍ରଣା ହେଉଥିବା ଅଂଶକୁ ଖରାପ କରିପାରେ । ସେଥିପାଇଁ ଅନେକ ଲୋକ ଏହି ବିଦେଶୀ ଔଷଧ ପରିବର୍ତ୍ତେ ହୋମିଓପାଥି ଔଷଧର ସେବନ କରନ୍ତି କିମ୍ବା କୈାଣସି ଥେରାପି ନିଅନ୍ତି । ପେନ କିଲର୍ସ ଶରୀର ଭିତରେ ବିପରୀତ ପ୍ରଭାବ ପକାଏ । ଯଦି କୈାଣସି ବ୍ୟକ୍ତି ଡାଇବେଟିଜ, ହାଇପର ଟେନସନ, ହାଇ କୋଲେଷ୍ଟ୍ରଲ ବା କିଡନୀ ଜନିତ ସମସ୍ୟାରେ ପୀଡିତ ତେବେ ଏହି ପେନ କିଲର୍ସ ବିପରୀତ ପ୍ରଭାବ ପକାଇପାରେ । କିଛି ଲୋକ ମୁଣ୍ଡ ବ୍ୟଥା ବା ଶରୀର ବ୍ୟଥାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ପେନ କିଲର ଖାଆନ୍ତି । ସେହି ସମୟରେ ଆପଣଙ୍କୁ ମୁଣ୍ଡ ବା ଶରୀର ବ୍ୟଥାରୁ ଆରାମ ମିଳିଯାଏ , କିନ୍ତୁ ପରେ ଏହି ପେନ କିଲର ଆପଣଙ୍କ ରୋଗର କାରଣ ହୁଏ । କିଛି ଲୋକ ମାମୁଲି ଯନ୍ତ୍ରଣାରେ ବି ପେନ କିଲର ନିଅନ୍ତି, ଯାହା ପରବର୍ତ୍ତୀ ସମୟରେ ଅଭ୍ୟାସରେ ପରିଣତ ହୋଇଯାଏ ।

ଯନ୍ତ୍ରଣାରୁ ମୁକ୍ତି ପାଇବା ଚକ୍କରରେ ପେନ କିଲର ଦେଇପାରେ ଏହି ରୋଗ :

ଶ୍ୱାସ ରୋଗ : କେତେକ ପେନ କିଲର ଏମିତି ବି ଥାନ୍ତି, ଯାହାକି ଶ୍ୱାସ ସମ୍ବନ୍ଧିତ ରୋଗ ଉତ୍ପନ୍ନ କରିପାରେ । ଏହାର ଅଧିକ ପ୍ରୟୋଗ ଦ୍ୱାରା ବ୍ୟକ୍ତି ଶ୍ୱାସରୋଗର ଶିକାର ବି ହୋଇପାରେ ।

ପେଟରେ ଘା’ : ପେନ କିଲର ନେବା ଦ୍ୱାରା ପେଟରେ ଗ୍ୟାସର ସମସ୍ୟା ହେବା ସାଧାରଣ ହୋଇଯାଏ । ଛାତିରେ ଜଳାପୋଡା, ପେଟ ବ୍ୟଥା, ବାନ୍ତି ହେବାର ସମସ୍ୟା ହୁଏ । ଏହାପରେ ଧିରେ ଧିରେ ପେଟ ଫୁଲିଯାଏ ଓ ସେଥିରେ ଘା’ ହୋଇଯାଏ । ଏହି ସମସ୍ୟା ଏତେ ବଢ଼ିଯାଏ ଯେ ସେହି ଘା’ରୁ ରକ୍ତ ମଧ୍ୟ ବହେ ।

ହୃଦୟ ଜନିତ ରୋଗ : ଦୀର୍ଘ ସମୟ ଧରି ପେନ କିଲରର ସେବନ କିଡନୀ ଫେଲ, ଲିଭର ଖରାପ ହେବା ବା ମାନସିକ ରୋଗର କାରଣ ହୋଇପାରେ । ପେନ କିଲର ରକ୍ତକୁ ଦୂଷିତ କରେ, ଯଦ୍ୱାରା ହୃଦୟ ଜନିତ ରୋଗ, ହାର୍ଟ ଫେଲ୍ୟୋର ଯେମିତି ସମସ୍ୟା ହୁଏ ।

ଲିଭର ଫୁଲିବା : ପେନ କିଲର୍ସ ଲିଭର ଉପରେ ବି ପ୍ରଭାବ ପକାଏ, ଯେଉଁ ଲୋକମାନେ ଅଧିକ ମାତ୍ରାରେ ଏହାର ସେବନ କରନ୍ତି , ସେମାନଙ୍କ ପାଖରେ ଲିଭରର ସେଲ୍ସ ଖରାପ ହେବାର ସମସ୍ୟା ଆସିଯାଏ । ଏହାର ସବୁଠାରୁ ବଡ ଲକ୍ଷଣ ହେଉଛି ଭୋକ କମ ହେବା । ଏହା କିଡନୀ ଉପରେ ପ୍ରଭାବ ପକାଏ । କିଡନୀ ଖରାପ ହେବାର ସମସ୍ୟା ଥାଏ ।

ରକ୍ତ ଜମାଟ ବାନ୍ଧିବା ବା ଅଧିକ ରକ୍ତ ପ୍ରବାହ ହୋଇପାରେ : ବେଳେବେଳେ ପେନ କିଲରରୁ ଉପଶମ ନମିଳିଲେ କିଛି ସମୟ ପରେ ଅନ୍ୟ ପେନ କିଲର ଖାଇଥାଉ, ଯାହାକି ଶରୀରକୁ ଭିତରୁ କ୍ଷତି ପହଂଚାଇଥାଏ । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଗୋଟିଏରୁ ଅଧିକ ପେନ କିଲରର ସେବନ ସାଇଡ ଇଫେକ୍ଟର ସମସ୍ୟାକୁ ବଢ଼ାଇ ଦିଏ । ଅଧିକ ମାତ୍ରାରେ ପେନ କିଲର ନେଲେ ବ୍ଲିଡିଙ୍ଗ, କିଡନୀ ଫେଲ୍ୟୋର, ହାର୍ଟ ହାଟାକ, ବ୍ଲଡ କ୍ଲଟିଙ୍ଗ ଭଳି ରୋଗ ହୋଇପାରେ ।