ସର୍ଦ୍ଦାରଙ୍କୁ ପଛରେ ପକାଇବେ ଶିବାଜୀ ! ୩ ବର୍ଷ ଭିତରେ ଦେଶରେ ନିର୍ମିତ ହେବ ସବୁଠାରୁ ବଡ ପ୍ରତିମୂର୍ତ୍ତି । 

ଗୁଜୁରାଟରେ ନିର୍ମାଣ କରାଯାଇଥିବା ଏହି ମୂର୍ତ୍ତିର ଉଚ୍ଚତା ୧୮୨ ମିଟର ଅର୍ଥାତ ଏହାର ଉଚ୍ଚତା ପ୍ରାୟ ୫୯୭ ଫୁଟ ରହିଛି ।

854
ଆଜି ଉନ୍ମୋଚିତ ହେବ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଗୁଜୁରାଟ ଠାରେ ଆଜି ଏହାକୁ ଉଦ୍ଘାଟନ କରିବେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟରେ ନିର୍ମାଣ କରାଯାଇଥିବା ଏହି ମୂର୍ତ୍ତିର ଉଚ୍ଚତା ୧୮୨ ମିଟର ଅର୍ଥାତ ଏହାର ଉଚ୍ଚତା ପ୍ରାୟ ୫୯୭ ଫୁଟ ରହିଛି । ଏଥିସହିତ ଏହାର ଓଜନ ପ୍ରାୟ ୧୭୦୦ ଟନ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏଥିରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ସୂଚନା ମୁତାବକ, ଷ୍ଟାଚ୍ୟୁ ଅଫ ୟୁନିଟି ଗୁଜୁରାଟ ନର୍ମଦା ଜିଲ୍ଲାର ସରଦାର ସରୋବର ବନ୍ଧ ନିକଟରେ ଥିବା ସାଧୁବେଟ ଟାପୁ ଉପରେ ନିର୍ମାଣ କରାଯାଇଛି । ଲୌହ ମାନବ ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତି ମୂର୍ତ୍ତି ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଭାବେ ପରିଗଣିତ ହୋଇଛି । ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତା ୯୩ ମିଟର ଥିବା ବେଳେ ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ ୟୁନିଟିର ଅଚ୍ଚତା ପ୍ରାୟ ୧୮୨ ମିଟର ରହିଛି । ପୂର୍ବରୁ ବିଶ୍ୱର ସର୍ବୋଚ୍ଚ ଉଚ୍ଚତମ ପ୍ରତିମୂର୍ତ୍ତି ଚୀନର ସ୍ପ୍ରିଙ୍ଗ ଟେମ୍ପୁଲ ଥିଲା । ଏହି ଟେମ୍ପୁଲର ଉଚ୍ଚତା ପ୍ରାୟ ୧୫୩ ମିଟର ରହିଛି । କିନ୍ତୁ ଏବେ ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ ୟୁନିଟିର ଉଚ୍ଚତା ଷ୍ଟାଚ୍ୟୁ ଅଫ ଲିବର୍ଟି ଦୁଇ ଗୁଣା ରହିଛି । ସବୁଠାରୁ ବଡ କଥା ହେଲା ଏହି ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୩ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେବଳ ସେତିକି ନୁହେଁ ଏହା ସହିତ ଏଠାରେ ଏକ ମ୍ୟୁଜିୟମ, ଫୁଲ ବଗିଚା ଏବଂ ପର୍ଯ୍ୟଟକମାନଙ୍କ ପାଇଁ ରହିବା ସୁବିଧା ମଧ୍ୟ କରାଯାଇଛି ।
ତେବେ ଏଥିସବୁ ମଧ୍ୟରେ ନର୍ମଦା ବଞ୍ଚାଅ ଆନ୍ଦୋଳନ ସମିତି ଏହି ବିଶାଳ ପ୍ରତିମୂର୍ତ୍ତିକୁ ବିରୋଧ କରିଛନ୍ତି । କୁହାଯାଉଛି କି, ୭୨ ଗାଁର ୭୫ ହଜାର ଆଦିବାସୀ ଲୋକ ଏହି ଉଦ୍ଘାଟନକୁ ବିରୋଧ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ଏହି ମୂର୍ତ୍ତି  ନିର୍ମାଣ କରି ସରକାର ଆଦିବାସୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ତେଣୁ ଆଦିବାସୀ ସଂଘ ଏହାକୁ ବିରୋଧ କରି ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି ।
ଏହାତ ଥିଲା ଷ୍ଟାଚ୍ୟୁ ଏବଂ ଆନ୍ଦୋଳନ ବିଷୟରେ ଏବେ ଆମେ କହିବାକୁ ଯାଉଛୁ ଏହି ମୂର୍ତ୍ତି କେତେ ଦିନ ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତି ହୋଇ ରହିପାରିବ । ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ମାତ୍ର ତିନି ବର୍ଷ ପାଇଁ ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତି ହୋଇ ରହିପାରିବ । ତିନି ବର୍ଷ ପରେ ଏହି ମୂର୍ତ୍ତିର ରୋକର୍ଡ ଆଉ ଏକ ମୂର୍ତ୍ତି କାଟିଦେବ । ଷ୍ଟାଚ୍ୟୁ ଅଫ୍ ୟୁନିଟର ରେକର୍ଡ କାଟିବାକୁ ଯାଉଥିବା ଆଉ ଏକ ମୁର୍ତ୍ତି ବି ଭାରତରେ ହିଁ ନିର୍ମାଣ କରାଯାଉଛି । ମୁମ୍ବାଇର ଆରବ ସାଗର କୂଳରେ ନିର୍ମାଣ କରାଯାଉଥିବା ଶିବାଜୀଙ୍କ ମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିର ରେକର୍ଡ କାଟିବ ବୋଲି ସୂଚନାରୁ ଜଣାପଡିଛି ।  ଏହାର ଉଚ୍ଚତା ପ୍ରାୟ ୨୧୨ ମିଟର ଏବଂ ଏଥିରେ ପ୍ରାୟ ୩୬୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଶିବାଜୀଙ୍କ ଏହି ମୂର୍ତ୍ତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୪ ତାରିଖ ୨୦୧୬ରେ ଶିଳାନ୍ୟାସ କରିଥିଲେ । ଏହି ମୂର୍ତ୍ତିର କାମ ୨୦୨୧ ସୁଦ୍ଧା ପୁରା ହେବ ବୋଲି ଅନୁମାନ କରାଯାଉଛି ।