ଆଶ୍ଚର୍ଯ୍ୟ !! ଷ୍ଟେସନରେ ଟ୍ରେନ ଅଟକାଇବାକୁ ଭୁଲିଗଲେ ଷ୍ଟେସନ ମାଷ୍ଟର ? ପଳାଇଗଲା ସୁପରଫାଷ୍ଟ ଟ୍ରେନ୍, ହଇରାଣ ହେଲେ ଲୋକେ

Advertisment
ଆଶ୍ଚର୍ଯ୍ୟ !! ଷ୍ଟେସନରେ ଟ୍ରେନ ଅଟକାଇବାକୁ ଭୁଲିଗଲେ ଷ୍ଟେସନ ମାଷ୍ଟର ? ପଳାଇଗଲା ସୁପରଫାଷ୍ଟ ଟ୍ରେନ୍, ହଇରାଣ ହେଲେ ଲୋକେ

କନକ ବ୍ୟୁରୋ : ଅତ୍ୟାଧୁନିକ ଓ ଉନ୍ନତ ଯୋଗାଯୋଗର ସମୟରେ ଏପରି ଘଟଣା କ୍ବଚିତ୍‌ ଘଟେ। ଟ୍ରେନ୍‌ରେ ଯିବାକୁ ଷ୍ଟେସନରେ ଅପେକ୍ଷା କରିଥିଲେ ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀ। ୫୦ରୁ ଅଧିକ ଯାତ୍ରୀ ବି ଟ୍ରେନ୍‌ରୁ ଓହ୍ଲାଇଥାନ୍ତେ। କିନ୍ତୁ ଟ୍ରେନ୍‌ ଷ୍ଟେସନରେ ଅଟକିଲା ନାହିଁ। ଦ୍ରୁତବେଗରେ ଷ୍ଟେସନ ଛାଡ଼ି ଟ୍ରେନ୍‌ଟି ଚାଲିଗଲା। ଯାତ୍ରୀମାନେ ତାଟକା ହୋଇ ଅନେଇ ରହିଥିଲେ। ଏହିପରି ଏକ ବିଚିତ୍ର ଘଟଣା ରାଜଗାଙ୍ଗପୁର ଷ୍ଟେସନରେ ଦେଖିବାକୁ ମିଳିଛି।

ପାଟନାରୁ ବିଳାସପୁର ଯାଉଥିବା ସାପ୍ତାହିକ ସୁପରଫାଷ୍ଟ୍‌ ଟ୍ରେନ୍‌ (ନଂ ୨୨୮୪୪)ର ରାଜଗାଙ୍ଗପୁର ଷ୍ଟେସନ୍‌ରେ ରହଣି ଅଛି। କିନ୍ତୁ ଆଜି ଟ୍ରେନ୍‌ଟି ବିଳମ୍ବରେ ଅପରାହ୍‌ଣ ପ୍ରାୟ ୨ଟା ୨୫ରେ ଆସିଥିଲା। କିନ୍ତୁ ତାହା ରାଜଗାଙ୍ଗପୁର ଷ୍ଟେସନାର ନଅଟକି ସମସ୍ତଙ୍କୁ ଚକିତ କରିଦେଇ ଦ୍ରୁତଗତିରେ ଅତିକ୍ରମ କରି ଯାଇଥିଲା। କ’ଣ ହେଲା, ‌ସାଧାରଣ ଲୋକେ କିଛି ବୁଝି ପାରି ନଥିଲେ। ତେବେ ଟ୍ରେନ୍‌ ଷ୍ଟେସନ୍‌ ଅତିକ୍ରମ କରିବା ପରେ ଷ୍ଟେସନ୍‌ କର୍ତ୍ତୃପକ୍ଷ ନିଜ ଭୁଲ ବୁଝି ପାରି ଟ୍ରେନ୍‌ଟିକୁ ଗରପୋଷରେ ଅଟକାଇ ଥିଲେ। ରାଜଗାଙ୍ଗପୁରରୁ ଏହି ଟ୍ରେନ୍‌ରେ ଯିବାକୁ ଟିକେଟ କାଟିଥିବା ୧୦୦ରୁ ଅଧିକ ଯାତ୍ରୀଙ୍କୁ ଇସ୍ପାତ ଏକ୍ସପ୍ରେସ୍‌ରେ ଗରପୋଷ ପଠାଯାଇଥିଲା।

ପୁଣି ରାଜଗାଙ୍ଗପୁରରେ ଓହ୍ଲାଇବାକୁ ଥିବା ୫୦ରୁ ଅଧିକ ଯାତ୍ରୀଙ୍କୁ ସମ୍ବଲପୁର-ବନାରସ ଟ୍ରେନ୍‌ ଯୋଗେ ସେଇ ରଗପୋଷରୁ ପୁଣି ରାଜଗାଙ୍ଗପୁର ଅଣାଯାଇଥିଲା। ଏସବୁ ଭିତରେ ଯାତ୍ରୀମାନେ ନାହିଁ ନଥିବା ହଇରାଣରେ ଘାଣ୍ଟି ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ଟ୍ରେନ୍‌ରେ ଏସ୍‌-୪ ବଗିର ସିଟ୍‌ ନଂ ୪୧ରେ ଯାତ୍ରା କରୁଥିବା ଭୋଲା ସିଂ ନାମକ ଜଣେ ବରିଷ୍ଠ ନାଗରିକଙ୍କ ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ତାଙ୍କ ପରିବାର ପରିଜନ ପାଇ ନଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଷ୍ଟେସନ ମାଷ୍ଟର ଏସ୍‌.କେ. ମିଶ୍ରଙ୍କୁ ଯୋଗାଯୋଗ କରିବାରୁ, ସେ କହିଛନ୍ତି ଯେ ଏହା ସାପ୍ତାହିକ ଟ୍ରେନ୍‌ ହୋଇଥିବାରୁ ହଠାତ୍‌ ଜାଣି ହୋଇ ନଥିଲା। ଭୁଲ୍‌କ୍ରମେ ଟ୍ରେନ୍‌ ରହିବାକୁ ନିର୍ଦ୍ଦେଶ ଦେଇ ନଥିବାରୁ ଟ୍ରେନ୍‌ ଅଟକି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe