ଖଣି ଉପରେ ରୟାଲଟି ଆଦାୟ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଖଣି ଜମି ଉପରେ ରୟାଲଟି ଆଦାୟ କରିବା ରାଜ୍ୟ ସରକାରଙ୍କ ଅଧିକାର

Advertisment
ଖଣି ଉପରେ ରୟାଲଟି ଆଦାୟ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଖଣି ଜମି ଉପରେ ରୟାଲଟି ଆଦାୟ କରିବା ରାଜ୍ୟ ସରକାରଙ୍କ ଅଧିକାର

କନକ ବ୍ୟୁରୋ : ଖଣି ଜମି ଉପରେ ରାଜ୍ୟ ସରକାରଙ୍କ ରୟାଲଟିକୁ ନେଇ ଗତ ତିନି ଦଶନ୍ଧୀ ଧରି ଚାଲିଥିବା ବିବାଦୀୟ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ସୁପ୍ରିମକୋର୍ଟ। ଖଣି ଜମି ଉପରେ ରୟାଲଟି ଆଦାୟ କରିବା ରାଜ୍ୟ ସରକାରଙ୍କ ଅଧିକାର ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ ୧୯୮୯ ମସିହାରେ ଦେଇଥିବା ରାୟକୁ ପ୍ରତ୍ୟାହାର କରିବା ସହ ତାହା ସଠିକ ନଥିଲା ବୋଲି କହିଛନ୍ତି କୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ଖଣ୍ଡପୀଠରୁ ୮ ଜଣ ବିଚାରପତି ରୟାଲଟି ଆଦାୟ ରାଜ୍ୟ ସରକାରଙ୍କ ଅଧିକାର ସପକ୍ଷରେ ମତ ଦେଇଛନ୍ତି। ଏହାଦ୍ବାରା ଖଣିଜ ସମ୍ପଦ ଭରା ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଫାଇଦାରେ ରହିବେ। ପୂର୍ବରୁ ମାଇନ୍ସ ଆଣ୍ଡ ମିନେରାଲ୍ସ ଆକ୍ଟ ୧୯୫୭ ଅନୁସାରେ ରାଜ୍ୟକୁ ରୟାଲଟି ଆଦାୟ କରିବାର ଅନୁମତି ନଥିଲା।

ଐତିହାସିକ ରାୟ ଶୁଣାଇବା ସହ ଟାକ୍ସ ଓ ରୟାଲଟି ସମାନ ନୁହେଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି।
ଖଣ୍ଡପୀଠ କହିଛନ୍ତି..
ଖଣିଜ ସମ୍ପଦ ଜମି ଉପରେ ରୟାଲଟି ଲଗାଇବାର ଅଧିକାର ରାଜ୍ୟର ଅଛି।
ରୟାଲଟି ଆଦାୟ ଲିଜଧାରୀ ଓ ଲିଜଦାତାଙ୍କ ମଧ୍ୟରେ ହୋଇଥାଏ।
ଯାହା ସାଧାରଣତଃ ଜମିରୁ ବାହାରିଥିବା ଖଣିଜ ପଦାର୍ଥ ଉପରେ ନିର୍ଭର କରେ।
ଏଥିପାଇଁ ସରକାରଙ୍କୁ ପ୍ରଦାନ କରାଯାଉଥିବା ଅର୍ଥକୁ ଟିକସ ଭାବେ ବିବେଚନା କରାଯାଇପାରିବ ନାହିଁ।
ବିରୋଧ କରି ଜଷ୍ଟିସ୍ ନାଗାରତ୍ନ କହିଛନ୍ତି, ଏହାଦ୍ବାରା ରାଜ୍ୟରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବ
ଏହା ଖଣିଜ ବିକାଶ ଉଦେଶ୍ୟରେ ସଂଘୀୟ ବ୍ୟବସ୍ଥାକୁ ଉଲଙ୍ଘନ କରିପାରେ।

୩୦ ବର୍ଷ ହେବ ଖଣି ଜମି ଉପରେ ରୟାଲିଟିକୁ ନେଇ ବିଭିନ୍ନ ରାଜ୍ୟରେ ଘରୋଇ କମ୍ପାନୀ ସହ ବିବାଦ ଲାଗିରହିଛି। ତାମିଲନାଡୁ ସରକାର- ଭାରତ ସିମେଣ୍ଟ, ପଶ୍ଚିମବଙ୍ଗ ସରକାର ଓ ଘରୋଇ କମ୍ପାନୀ ସହ ବିବାଦ ଲାଗି ରହିଛି। ଏହାକୁ ନେଇ ସୁପ୍ରିମକୋର୍ଟରେ ୮୦ରୁ ଅଧିକ ମାମଲା ରୁଜୁ ହୋଇଛି। ମାମଲାର ଶୁଶାଣି କରି ଗୁରୁବାର ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି ଯେ, ଖଣି ଜମି ଉପରେ ରୟାଲଟି ଆଦାୟ ଟାକ୍ସ ନୁହେଁ। ଫଳରେ ଘରୋଇ କମ୍ପାନୀକୁ କ୍ଷତି ସହିବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe