ସତର୍କ ସମ୍ବଲପୁର ପୋଲିସ ; ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ରାଜ୍ୟର ପ୍ରଥମ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ 

ସତର୍କ ସମ୍ବଲପୁର ପୋଲିସ ; ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ରାଜ୍ୟର ପ୍ରଥମ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ 

କନକ ବ୍ୟୁରୋ: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ସମ୍ବଲପୁରରେ ଖୋଲିଲା ରାଜ୍ୟର ପ୍ରଥମ କଣ୍ଟ୍ରୋଲ ରୁମ୍। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଆରମ୍ଭ ହୋଇଛି। ଏହାର ଦାୟିତ୍ଵରେ ୩ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ସିଫ୍ଟ ଅନୁସାରେ ୩ ଜଣ ଡ୍ୟୁଟି କରିବେ। କୌଣସି ଲୋକ ସନ୍ଦେହ ଘେରକୁ ଆସିବା ପରେ ପୁଲିସ୍ ଜାରି କରିଥିବା ହ୍ଵାଟ୍ସଆପ୍ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲା ବାସୀଙ୍କୁ କୁହାଯାଇଛି। ଖବର ମିଳିବା ମାତ୍ରେ ପୁଲିସ୍ ତୁରନ୍ତ ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ।

ବାଂଲାଦେଶୀଙ୍କୁ ଜଗିବାକୁ ସମ୍ବଲପୁର ପୁଲିସ୍ ଏଭଳି ପଦକ୍ଷେପ ଗ୍ରହଣ କରିଛି। ସମ୍ବଲପୁର ଏସ୍ପି ମୁକେଶ ଭାମୂଙ୍କ ନିର୍ଦ୍ଦେଶ ଅନୁସାରେ, ଏହିପରି ସ୍ବତନ୍ତ୍ର ରଣନୀତି ଗ୍ରହଣ କରାଯାଇଛି। ସମସ୍ତଙ୍କୁ ନଜରରେ ରଖିବାକୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମକୁ ସୂଚନା ଆସିବା ମାତ୍ରେ ସେହି ଅଞ୍ଚଳର ଏସଡିପିଓଙ୍କୁ ତୁରନ୍ତ ସୂଚନା ଦେବେ। ଅଭିଯୋଗ ହୋଇଥିବା ବ୍ୟକ୍ତି ପ୍ରକୃତରେ ବାଂଲାଦେଶୀ କି ନୁହେଁ, ତାହା ଯାଞ୍ଚ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe