ସବୋର୍ଚ୍ଚ ତଦନ୍ତକାରୀ ସଂସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କ ଚିନ୍ତା : କହିଲେ, ସିବିଆଇକୁ ତଦନ୍ତ ପାଇଁ ରାଜ୍ୟଗୁଡ଼ିକ ଅନୁମତି ନଦେବା ଉଦବେଗଜନକ

କେନ୍ଦ୍ରୀୟ ତଦନ୍ତ ସଂସ୍ଥା କହିଲା ୮ଟି ରାଜ୍ୟରେ ଦେଢ଼ଶହ ମାମଲାରୁ କେବଳ ୨୭ଟିର ଯାଂଚ ପାଇଁ ମିିଳିଛି ଅନୁମତି

155

କନକ ବ୍ୟୁରୋ : ସିବିଆଇ ତଦନ୍ତରେ ରାଜ୍ୟ ପ୍ରତିବନ୍ଧକ ଚିନ୍ତାଜନକ । ଦେଶର ୮ଟି ରାଜ୍ୟ ସିବିଆଇ ତଦନ୍ତରେ ବାଧା ସୃଷ୍ଟି କରିବା ଚିନ୍ତାଜନକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ରାଜସ୍ଥାନ, ଝାଡଖଣ୍ଡ. ଛତିଶଗଡ଼ ଓ ମିଜୋରାମ ବିରୋଧରେ ଏପରି ଅଭିଯୋଗ ଆସିଛି । ଏହି ସବୁ ରାଜ୍ୟରେ କେତେକ ନାଗରିକଙ୍କ ବିରୋଧରେ ଅଭିଯୋଗ ଆସିଛି । ସେମାନଙ୍କ ବିରୋଧରେ ବା ସେମାନଙ୍କ ସଂପୃକ୍ତି ଥିବା ପ୍ରତିଷ୍ଠାନ ବିରୋଧରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସମ୍ମତି ପ୍ରଦାନ କରୁନାହାନ୍ତି ।

ଫଳରେ ତଦନ୍ତ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ସଞ୍ଜୟ କିଷାନ କୌଲ ଓ ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜମ୍ମୁ କଶ୍ମୀର ହାଇକୋର୍ଟଙ୍କ ରାୟ ବିରୋଧରେ ଆଗତ ଏକ ପିଟିସନର ଶୁଣାଣି ବେଳେ ଏପରି ମନ୍ତବ୍ୟ ରଖିଛନ୍ତି । ସିବିଆଇ ସୁପ୍ରିମକୋର୍ଟଙ୍କୁ ଜଣାଇଛି ଯେ, ଏହି ରାଜ୍ୟମାନେ ସାଧାରଣ ସମ୍ମତି ପ୍ରତ୍ୟାହାର କରିଛନ୍ତି । ଏହା ଦ୍ୱାରା ମାମଲା ରୁଜୁ କରିବାର ଶକ୍ତି କମ୍ ହୋଇଯାଇଛି । ୨୦୧୮ରୁ ୨୦୨୧ ଜୁନ ମଧ୍ୟରେ ୧୫୦ଟି ମାମଲା ରୁଜୁ କରିଛି ସିବିଆଇ । ମାମଲାର ଯାଂଚ ପାଇଁ କେବଳ ୧୮ ପ୍ରତିଶତ ସହମତି ମିଳିଛି ।