କନକ ବ୍ୟୁରୋ : ବାଂଲାଦେଶ ରାଜନୈତିକ ଅସ୍ଥିରତା ପରେ ଦେଶ ଛାଡି ଚାଲିଯାଇଛନ୍ତି ଶେଖ ହସିନା ।ଭାରତରେ ଆଶ୍ରୟ ନେଇଛନ୍ତି ଓ ଆଗକୁ କେଉଁ ଦେଶକୁ ଯିବେ? କ’ଣ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନି ।ଏହା ଭିତରେ ସାମ୍ନାକୁ ଆସିଛନ୍ତି ହସିନାଙ୍କ ପୁଅ ସାଜିବ ୱାଜେଦ ଜୟଙ୍କ ସୂଚନା । ସାଜିବ କହିଛନ୍ତିଟ୍ଟ ବାଂଲାଦେଶରେ ନେତୃତ୍ବର ଅଭାବ ରହିଛି । ଯଦି ନିର୍ବାଚନ ହୁଏ ତେବେ ପୁଣି ଆୱାମୀ ଲିଗ ଲଢ଼ିବ ଓ ଜିତିବା ସମ୍ଭାବନା ବେଶ ଅଧିକ ରହିଛି । ଦଳ ପ୍ରତି ଆଜି ମଧ୍ୟ ସବୁଠୁ ଅଧିକ ଜନତାଙ୍କ ସମର୍ଥନ ରହିଛି । ଅନ୍ତରୀଣସରକାର ନିର୍ବାଚନ ପାଇଁ ନିଷ୍ପତ୍ତି ନେଲେ, ମା’ ହସିନା ବାଂଲାଦେଶ ଫେରିବାକୁ ବିଚାର କରିବେ ।

Advertisment

ହସିନାଙ୍କ ପୁଅ ସାଜିବ ଏକଥା ମଧ୍ୟ ଦୃଢତାର ସହ ଦାବି କରିଛନ୍ତି ଯେ ବାଂଲାଦେଶ ହିଂସା ଷଡଯନ୍ତ୍ର ପଛରେ ପାକିସ୍ତାନ ଆଇଏସଆଇର ହାତ ରହିଛି । ହିଂସାକୁ ଉସୁକାଇବା. ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି ।

ସାଜିବ ୱାଜେଦ ଜୟ ଏକ ସାକ୍ଷାତାକାରରେ ଏକଥା ମଧ୍ୟ ଇଙ୍ଗିତ କରିଛନ୍ତି ଯେ ଯଦି ଦରକାର ପଡେ ତେବେ ସେ ନିଜେ ପ୍ରତ୍ୟେକ୍ଷ ରାଜନୀତିକୁ ଓହ୍ଲାଇବେ । ଦଳ ଆୱମୀ ଲିଗ ଓ ଦଳୀୟକର୍ମୀଙ୍କ ସୁରକ୍ଷା ପାଇଁ ରାଜନୀତିର ମଙ୍ଗ ଧରିବେ ।ସେପଟେ ବାଂଲାଦେଶର ରାଜନୈତିକ ଅସ୍ଥିରତା ଭିତରେ ହସିନାଙ୍କୁ ଭାରତ ସରକାର ନିଜ ଦେଶର ରହିବାକୁ ଅନୁମତି ଦେଇଥିବାରୁ ପୁଅ ଜୟ ଜୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିଛନ୍ତି । ବର୍ତମାନ ଆମେରିକାର ନିଜ ପରିବାର ସହ ରହୁଛନ୍ତି ସାଜିବ ।

ବାଂଲାଦେଶରେ ରାଜନୈତିକ ହିଂସା ଉପଜିବାପରେ ଅଗଷ୍ଟ ୫ରେ ଇସ୍ତଫା ଦେଇ ଦେଶ ଛାଡିଥିଲେ ଶେଖ ହାସିନା । ଢାକାରୁ ସ୍ବତନ୍ତ୍ର ବିମାନରେ ଉଡାଣ ଭରି ଦିଲ୍ଲୀରେ ପହଁଚିଛନ୍ତି ।ତେବେ ଆଗକୁ ଉଭୟ ମା’ ଓ ପୁଅଙ୍କ ପଦକ୍ଷେପ କ’ଣ ରହିବ? ଦଳ ଓ ରାଜନୈତିକ କ୍ୟାରିୟର ପାଇଁ ହସିନା କ’ଣ କରିବେ? ପୁଅ ସାଜିବ ୱାଜେଦ ଜୟ ଦଳ ପାଇଁ କି ନିଷ୍ପତ୍ତି ନେବେ ତା ଉପରେ ନଜର ରହିବ ।