ବଦଳୁଛି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆଭିମୁଖ୍ୟ । ହିନ୍ଦୁତ୍ୱ ନାରା ଦେଉଥିବା ଭାଗବତ କହିଲେ, ହିନ୍ଦୁ-ମୁସଲମାନ ଏକ, ପ୍ରତ୍ୟେକ ଭାରତୀୟଙ୍କ ଡିଏନଏ ଏକ

161

କନକ ବ୍ୟୁରୋ: ସବୁବେଳେ ହିନ୍ଦୁତ୍ୱର ନାରା ଦେଉଥିବା ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି ହିନ୍ଦୁ-ମୁସଲିମ୍ ଏକ । ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୋହନ ଭାଗବତ କହିଛନ୍ତି ସବୁ ଭାରତୀୟଙ୍କ ଡିଏନଏ ଏକ । ଏଠାରେ ସମ୍ପ୍ରଦାୟର ପ୍ରଶ୍ନ ଉଠୁନାହିଁ । ସଂଘ ପ୍ରମୁଖ ମୋହନ ଭାଗବତଙ୍କ ଏପରି ବୟାନ ଆସିବା ପରେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି ।

ବିଏସପି ମୁଖ୍ୟ ସୁଶ୍ରୀ ମାୟାବତୀ କହିଛନ୍ତି ମୋହନ ଭାଗବତ ବିଜେପି ଦଳର କଥା କହୁଛନ୍ତି । ଆଉ ବିଜେପି ଯାହା କହେ ତାହା କେବେ କରେନି । ସେପଟେ ଏଆଇଏମ୍ଆଇଏମ ପ୍ରମୁଖ ଅସାଉଦ୍ଦିନ ଓୱେସି, ମୋହନ ଭାଗବତଙ୍କ ବୟାନକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି ।