ଚାଷୀ ଆନ୍ଦୋଳନ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି । ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା, ଆଲୋଚନା ମାଧ୍ୟମରେ ହେଉ ସମସ୍ୟାର ସମାଧାନ ।

351

କନକ ବ୍ୟୁରୋ: ଭାରତ ବନ୍ଦ ନେଇ ଚାଷୀଙ୍କୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ସମର୍ଥନ ମିଳୁଥିବା ବେଳେ ଓଡିଶାରେ କଂଗ୍ରେସ ସମର୍ଥନ କରିଥିଲା । ଏହାରି ଭିତରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଥିଲା । ଯଦିଓ ସକାଳେ ଦେବୀ ମିଶ୍ର କହିଥିଲେ, ବନ୍ଦକୁ ସମର୍ଥନ ନେଇ ସୁପ୍ରିମୋ ନିଷ୍ପତ୍ତି ନେବେ ମାତ୍ର ଚାଷୀଙ୍କ ସମସ୍ୟା ନେଇ ବିଜେଡିର ନୈତିକ ସମର୍ଥନ ରହିଛି । କିନ୍ତୁ ଏବେ ଚାଷୀ ଆନ୍ଦୋଳନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେଡି । ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ । ଆସନ୍ତା ଡିସେମ୍ବର ୯ ତାରିଖରେ କେନ୍ଦ୍ର ଓ କୃଷି ସଙ୍ଗଠନ ଆଲୋଚନାକୁ ଅପେକ୍ଷା ରହିଛି ।

ତେବେ ଚାଷୀର ହିତ ପାଇଁ ସବୁବେଳେ ବିଜେଡି ରହି ଆସିଛି । ଏମଏସପି ଦୁଇଗୁଣା କରିବାକୁ ବିଜେଡି ସବୁବେଳେ ଦାବି ରଖିଆସିଛି । ଏମଏସପି ପ୍ରସଙ୍ଗରେ ସ୍ୱାମୀନାଥନ କମିଟିର ରିପୋର୍ଟକୁ ମାନିବା ଦରକାର ବୋଲି ସସ୍ମିତ ପାତ୍ର କହିଛନ୍ତି ।