କନକ ବୁରୋ : ବାଲେଶ୍ୱର ଉପ-ନିର୍ବାଚନ ଏବଂ ବିଜେଡି ପ୍ରାର୍ଥୀ ଘୋଷାଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା । ସେ କହିଛନ୍ତି-ବିଜେଡି ହେଉଛି ଏକ ଶୃଙ୍ଖଳିତ ଦଳ । ଦଳୀୟ ସୁପ୍ରିମୋଙ୍କ ନିଷ୍ପତିକୁ ମାନିବା ଆମର ଦାୟୀତ୍ୱ ।
ଗତକାଲି ରବୀନ୍ଦ୍ର ଜେନାଙ୍କ କିଛି ସମର୍ଥକ, ବିଜେଡି ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପରେ ପ୍ରତାପ ଦେବ ବାଲେଶ୍ୱର ଯାଇ ଆଲୋଚନା କରିଥିଲେ ।