କନକ ବ୍ୟୁରୋ : ଲଦ୍ଦାଖରେ ଚୀନ୍ ସହ ଚାଲିଥିବା ତିକ୍ତତା ମଧ୍ୟରେ ମୁହଁ ଖୋଲିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭଦଉରିୟା । ସେ କହିଛନ୍ତି କି, ଚୀନ ସହ ସବୁ ପରିସ୍ଥିତିରେ ଆମେ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ । ଆମେ ଏବେ ଭଲ ସ୍ଥିତିରେ ରହିଛୁ । ତେଣୁ ଯୁଦ୍ଧ ପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ ।
ଲଦ୍ଦାଖରେ ଚୀନ ସହ ବିବାଦକୁ ନେଇ ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଚୀନକୁ ସାମ୍ନା କରିବାକୁ ବାୟୁସେନାର ପ୍ରସ୍ତୁତି ଭଲ ଅଛି । ଆମେ ସବୁ ସ୍ଥାନରେ ଯବାନ ନିୟୋଜିତ କରିଛୁ । ଯୁଦ୍ଧ ଲଢିବା ପାଇଁ ମଜବୁତ କ୍ଷମତା ଆବଶ୍ୟକ । ଆମେ ଦେଶବାସୀଙ୍କୁ ବିଶ୍ୱାସ ଦେଉଛୁ ଆମ ପାଖରେ ସେହି କ୍ଷମତା ରହିଛି ।
ନିକଟରେ ବାୟୁସେନାରେ ଯୋଗ ଦେଇଥିବା ଲଢୁଆ ବିମାନ ରାଫେଲ ବିଷୟରେ ବାୟୁସେନା ମୁଖ୍ୟ କହିଛନ୍ତି, ରାଫେଲ ବିମାନ ଯୋଗୁଁ ଭାରତୀୟ ବାୟୁସେନାର ଶକ୍ତି ବଢିଛି । ଆମେ ଦୁଇଟି ଯାକ ଫ୍ରଣ୍ଟରେ ଯୁଦ୍ଧ ସହ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ।
ଚଳିତ ବର୍ଷ ଅକ୍ଟୋବର ୮ ତାରିଖରେ ୮୮ ତମ ବାୟୁସେନା ଦିବସ ପାଳନ କରାଯିବ । ଗାଜିଆବାଦର ହିଡନ ଏୟାରବେସରେ ପରେଡ ବେଳେ ବିଭିନ୍ନ ବିମାନର ପ୍ରଦର୍ଶନ କରାଯିବ । ୧୯୩୨ ମସିହାରେ ଭାରତୀୟ ବାୟୁସେନା ସ୍ଥାପନାର ଉପଲବ୍ଧି ପାଇଁ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/24-2.jpg)