ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତର ଚାଂଚଲ୍ୟକର ବୟାନ । ପଞ୍ଚାନନ ସେଠୀ କହିଲା, ତାକୁ ଘରୁ ଉଠାଇ ନେଇ ମାଡ଼ ମାରିଥିବାରୁ ରାଗରେ ନେଲା ପ୍ରତିଶୋଧ ।

874

କନକ ବ୍ୟୁରୋ : ମହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି । ଆଉ ସନ୍ଦିଗ୍ଧ ଥିବା ଆହୁରୀ ୫ ଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଛି । ହେଲେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ, ତା ଉପରୁ ପରଦା ହଟିଛି । ପୁଲିସ୍ ଆଖିରେ ଧୁଳି ଦେଇ ଗୋଟିଏ ଥର ଖସିଯିବାକୁ ସଫଳ ହୋଇଥିବା ପଂଚାନନ ସେଠୀ, ଶେଷରେ ପୁଲିସ୍ ପଞ୍ଝାରେ ପଡ଼ିଥିଲା । ଆଉ ଯେତେବେଳେ ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଉଥିଲା, କାହିଁକି ହତ୍ୟା କରାଯାଇଥିଲା, ତାର ଉତର ରଖିଛି ମୁଖ୍ୟ ଅଭିଯୁକ୍ତ ।

କୋର୍ଟକୁ ଆସୁଥିବା ସମୟରେ ବିଜେପି ନେତା କୂଳମଣୀ ବରାଳ ଏବଂ ତାଙ୍କ ସହଯୋଗୀ ହତ୍ୟାକାଣ୍ଡର ଏହି କାରଣ ସମସ୍ତଙ୍କୁ ଚକିତ କରିଛି । କାରଣ, ଯଦି ଅଭିଯୁକ୍ତଙ୍କ ବୟାନକୁ ବିଶ୍ୱାସକୁ ନିଆଯାଏ, ତେବେ ଏହି ହତ୍ୟା ପଛରେ ରହିଛି ପ୍ରତିଶୋଧର ଭାବ ।

ତେବେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ? ତାକୁ ନେଇ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୁଲିସ୍ ଆଖିରେ ଧୁଳି ଦେଇ ଗୋଟିଏ ଥର ଖସିଯିବାକୁ ସଫଳ ହୋଇଥିବା ପଂଚାନନ ସେଠୀ, ଶେଷରେ ପୁଲିସ୍ ପଞ୍ଝାରେ ପଡ଼ିଥିଲା ।

ସେତେବେଳେ ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ଚୁଡ଼ାନ୍ତ ରୁପ ଦିଆ ସରିଥାଏ । ବିଜେପି ନେତା କୂଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯିବା ପାଇଁ ଚାଲିଥାଏ ଉଦ୍ୟମ । ଆଉ ଠିକ୍ ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ବାଇକ୍ରେ ନିଶ୍ଚିତକୋଇଲି ରାସ୍ତାରେ ଆଗକୁ ବଢ଼ି ଚାଲିଥାଏ । ତରବରିଆ ହୋଇ ଫେରାର୍ ହେବା ସମୟରେ ଘଟିଥିଲା ଏକ ସଡ଼କ ଦୁର୍ଘଟଣା । ସ୍କୁୁଟି ଯାଉଥିବା ଜଣେ ମହିଳାଙ୍କ ସହ ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀଙ୍କ ଧକ୍କା ହେଲା । ଘଟଣା ଯାଇ ଥାନରେ ପହଂଚିଥିଲା । ହେଲେ, ସେଠାରେ ଗାଡ଼ିର କାଗଜପତ୍ର ଆଣିବାକୁ ଯାଉଛି କହି, ଥାନାରୁ ଖସି ଯାଇଥିଲା ମୁଖ୍ୟ ଅଭିଯୁକ୍ତ ।

ଥାନାରୁ ଖସି ଯିବା ପରେ ଗୋଟିଏ ଠିକଣାରୁ ଆଉ ଗୋଟିଏ ଠିକଣାକୁ ଘୁରି ବୁଲୁଥିଲା ପଂଚାନନ ସେଠୀ । ହତ୍ୟାକାଣ୍ଡ ପରେ ଲୁଚି ରହିବା ପାଇଁ ଘର ଭଡ଼ା ଖୋଜି ଚାଲିଥିଲା । ହେଲେ ପାଖରେ ଥିବା ମୋବାଇଲ୍କୁ ଟ୍ରାକ୍ କରି ଚାଲିଥିଲା ପୁଲିସ୍ । ଲୁଚି ଛପି ଯାଜପୁର ଜିଲ୍ଲା ଧର୍ମଶାଳାରେ ଥିବା ବେଳେ ପଂଚାନନକୁ କାବୁ କରିଥିଲା ପୁଲିସ୍ ।