ଫଳାଫଳକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନ: କହିଲେ, ଏଭଳି ଟ୍ରେଣ୍ଡ ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ 

Advertisment
ଫଳାଫଳକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନ: କହିଲେ, ଏଭଳି ଟ୍ରେଣ୍ଡ ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ 

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏମିତି କଟାକ୍ଷ କରିଛନ୍ତି ସାଂସଦ ପ୍ରତାପ ଷଢ଼ଙ୍ଗୀ । ଜନାଦେଶକୁ ସ୍ୱାଗତ କରିଥିଲେ ବି ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି । ଜବାବ ରଖି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ବିରୋଧୀ ସେମାନଙ୍କ ଭୁଲ ବୁଝିବା ଦରକାର । ଦୋଷ ଦେଲେ ଚଳିବନି ।

ପୂର୍ବରୁ ପଶ୍ଚିମ,ଉପକୂଳରୁ ଉପାନ୍ତ ସବୁଠି ବିଜେଡି ଭଲ ପ୍ରଦର୍ଶନ କରୁଥିବାବେଳେ, ଆଗକୁ କଣ କରିବ ବିଜେପି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଷଢ଼ଙ୍ଗୀ । ଜବାବରେ ବିଜେଡି ବିଧାୟକ କହିଛନ୍ତି , ନିର୍ବାଚନରେ ବିଜ୍ଞାନକୁ ପ୍ରୟୋଗ କରିଛି ବିଜେଡି । ଏବଂ ଲୋକାଭିମୁଖୀ କାର୍ଯ୍ୟ ପାଇଁ ବିଜୟୀ ହୋଇଛି ଶାସକ ଦଳ ।

ସେହିପରି ଗଣତାନ୍ତ୍ରୀକ ପଦ୍ଧତିରେ ରାଜ୍ୟରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବାକୁ ଲୋକମାନେ ଭୋଟ ଦେଇଥିବା ନରସିଂହ ମିଶ୍ର କହିବା ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେଡି ବିଧାୟକ ।ଯାହା ଅଭିଯୋଗ କଲେ ବି ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଦର୍ଶନକୁ ନେଇ ବିରୋଧୀ ତର୍ଜମା କରିବାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe