କନକ ବ୍ୟୁରୋ : ସ୍ନାନ ପୂର୍ଣ୍ଣିମା ପାଇଁ ହୋଇଛି ସ୍ବତନ୍ତ୍ର ଟ୍ରାଫିକ ନିୟମ । ପୁରୀକୁ ଗାଡ଼ି ପ୍ରବେଶ ନେଇ ରହିଛି ଅନେକ କଟକଣା । ଦୁଇ ଚକିଆ ଓ ୪ ଚକିଆ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ବାଇକ ପାଇଁ ମୁନସିପାଲଟି ମାର୍କେଟ କମ୍ପ୍ଲେକ୍ସ, ଜଗନ୍ନାଥ ବହ୍ଲବରେ ପାର୍କିଂ ବ୍ୟବସ୍ଥା ହୋଇଛି । ସମୁଦ୍ର କୂଳ ଯାଉଥିଲେ ଭିଆଇପି ରୋଡ ଦେଇ ଦିଗବାରେଣୀ ପାଖରେ ପାର୍କିଂ ଅନୁମତି ରହିଛି । ସେହିପରି କାର ପାଇଁ ମଧ୍ୟ ପାର୍କିଂ ନିୟମ ହୋଇଛି । ଭୁବନେଶ୍ବର ପଟୁ ଆସୁଥିଲେ ଜେଲ ରୋଡରେ ଗାଡ଼ି ପାର୍କିଂର ସୁବିଧା ରହିଛି । ଏହି ପାର୍କିଂ ସ୍ଥଳ ପୂର୍ଣ୍ଣ ହେବା ପରେ ଗାଡ଼ି ଗୁଡ଼ିକ ମେଡିକାଲ ଛକରୁ ବଡ଼ ଶଙ୍ଖ ନେଇ ସରଧାବାଲି ପାର୍କିଂରେ ରଖିହେବ । ସରଧାବାଲି ପାର୍କିଂରେ ପୂର୍ଣ୍ଣ ହେବା ପରେ ଗାଡ଼ି ଗୁଡ଼ିକ ମଙ୍ଗଳାଘାଟ ଦେଇ ଯାତ୍ରୀକା ଏବଂ ଦିଗବାରେଣୀ ପାର୍କିଂରେ ରଖିବାକୁ ବ୍ୟବସ୍ଥା ହୋଇଛି ।