ରାଜଧାନୀ ରାସ୍ତାରେ ନାଳପାଣି : ସରନି ସ୍ୱରେଜ, ହେଉନି ରାସ୍ତା

Advertisment

କାମ ସରିନାହିଁ । ସ୍ୱରେଜ ଟାଙ୍କିଗୁଡ଼ିକ ରାସ୍ତା ଉପରେ ମୁଣ୍ଡଟେକି ଠିଆ ହେଇଛି । ଗାଡ଼ିମୋଟର ଯାତାୟାତ କରିପାରୁନାହିଁ । ରାସ୍ତା ସାରା ପାଣି, କାଦୁଅ ଓ ଖାଲଖମା । କନିକୁନି ପିଲା ସ୍କୁଲ ଯିବା ପାଇଁ କାଦୁଅ ପଙ୍କରେ ପଶିବାକୁ ବାଧ୍ୟ ହେଉଛନ୍ତି ।  

କାମ ସରିନାହିଁ । ସ୍ୱରେଜ ଟାଙ୍କିଗୁଡ଼ିକ ରାସ୍ତା ଉପରେ ମୁଣ୍ଡଟେକି ଠିଆ ହେଇଛି । ଗାଡ଼ିମୋଟର ଯାତାୟାତ କରିପାରୁନାହିଁ । ରାସ୍ତା ସାରା ପାଣି, କାଦୁଅ ଓ ଖାଲଖମା । କନିକୁନି ପିଲା ସ୍କୁଲ ଯିବା ପାଇଁ କାଦୁଅ ପଙ୍କରେ ପଶିବାକୁ ବାଧ୍ୟ ହେଉଛନ୍ତି ।  

jjhmjfjfg

Photograph: (kanaknews)

କନକ ବ୍ୟୁରୋ : ଭୁବନେଶ୍ବର ମଞ୍ଚେଶ୍ଵର ମଞ୍ଚନାଥ ବିହାର ପାଞ୍ଚ ନମ୍ବର ୱାର୍ଡ ଲୋକ ହିନସ୍ତା । ଏପ୍ରିଲ ମାସରୁ ସ୍ୱରେଜ କାମ  ଚାଲିଛି । ଦୁଇ ମାସ ଭିତରେ ବର୍ଷାଦିନ ପୂର୍ବରୁ ସରିବ ବୋଲି କହିଥିଲେ ଅଧିକାରୀ । ହେଲେ ଜୁନ ସରି ଜୁଲାଇ ଅଧା ହେଲାଣି । କାମ ସରିନାହିଁ । ସ୍ୱରେଜ ଟାଙ୍କିଗୁଡ଼ିକ ରାସ୍ତା ଉପରେ ମୁଣ୍ଡଟେକି ଠିଆ ହେଇଛି । ଗାଡ଼ିମୋଟର ଯାତାୟାତ କରିପାରୁନାହିଁ । ରାସ୍ତା ସାରା ପାଣି, କାଦୁଅ ଓ ଖାଲଖମା । କନିକୁନି ପିଲା ସ୍କୁଲ ଯିବା ପାଇଁ କାଦୁଅ ପଙ୍କରେ ପଶିବାକୁ ବାଧ୍ୟ ହେଉଛନ୍ତି ।  

ମଞ୍ଚେଶ୍ବର ମଞ୍ଚନାଥ ବିହାରରେ ପ୍ରାୟ ୮୯ ପରିବାରର ୭୦୦ ଲୋକ ବାସ କରନ୍ତି ।  ମୁଖ୍ୟରାସ୍ତାକୁ ବାହାରିବା ପାଇଁ ଏହି ରାସ୍ତା ଦେଇ ଯିବାକୁ ପଡ଼େ । ଏବେ ବର୍ଷାଦିନେ ଗାଡ଼ି ଯିବା ତ ଦୂରର କଥା ଚାଲିଚାଲି ଯିବା ମଧ୍ୟ ସମ୍ଭବ ହେଉନି ।  ଲୋକ ଏ ସମ୍ପର୍କରେ କର୍ପୋରେଟର, ବିଏମ୍‌ସି ମେୟର ଏବଂ ୱାଟକୋ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରି ସମାଧାନ ପାଇଁ ଦାବି କରିଛନ୍ତି । ସାମାନ୍ୟ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହେଉଛି ।  ବଡ଼ବର୍ଷା ହେଲେ ପରିସ୍ଥିତି ସାଂଘାତିକ ହୋଇଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe