କନକ ବ୍ୟୁରୋ : ଭୁବନେଶ୍ବର ମଞ୍ଚେଶ୍ଵର ମଞ୍ଚନାଥ ବିହାର ପାଞ୍ଚ ନମ୍ବର ୱାର୍ଡ ଲୋକ ହିନସ୍ତା । ଏପ୍ରିଲ ମାସରୁ ସ୍ୱରେଜ କାମ ଚାଲିଛି । ଦୁଇ ମାସ ଭିତରେ ବର୍ଷାଦିନ ପୂର୍ବରୁ ସରିବ ବୋଲି କହିଥିଲେ ଅଧିକାରୀ । ହେଲେ ଜୁନ ସରି ଜୁଲାଇ ଅଧା ହେଲାଣି । କାମ ସରିନାହିଁ । ସ୍ୱରେଜ ଟାଙ୍କିଗୁଡ଼ିକ ରାସ୍ତା ଉପରେ ମୁଣ୍ଡଟେକି ଠିଆ ହେଇଛି । ଗାଡ଼ିମୋଟର ଯାତାୟାତ କରିପାରୁନାହିଁ । ରାସ୍ତା ସାରା ପାଣି, କାଦୁଅ ଓ ଖାଲଖମା । କନିକୁନି ପିଲା ସ୍କୁଲ ଯିବା ପାଇଁ କାଦୁଅ ପଙ୍କରେ ପଶିବାକୁ ବାଧ୍ୟ ହେଉଛନ୍ତି ।
ମଞ୍ଚେଶ୍ବର ମଞ୍ଚନାଥ ବିହାରରେ ପ୍ରାୟ ୮୯ ପରିବାରର ୭୦୦ ଲୋକ ବାସ କରନ୍ତି । ମୁଖ୍ୟରାସ୍ତାକୁ ବାହାରିବା ପାଇଁ ଏହି ରାସ୍ତା ଦେଇ ଯିବାକୁ ପଡ଼େ । ଏବେ ବର୍ଷାଦିନେ ଗାଡ଼ି ଯିବା ତ ଦୂରର କଥା ଚାଲିଚାଲି ଯିବା ମଧ୍ୟ ସମ୍ଭବ ହେଉନି । ଲୋକ ଏ ସମ୍ପର୍କରେ କର୍ପୋରେଟର, ବିଏମ୍ସି ମେୟର ଏବଂ ୱାଟକୋ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରି ସମାଧାନ ପାଇଁ ଦାବି କରିଛନ୍ତି । ସାମାନ୍ୟ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହେଉଛି । ବଡ଼ବର୍ଷା ହେଲେ ପରିସ୍ଥିତି ସାଂଘାତିକ ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/07/jjhmjfjfg-2025-07-07-18-55-18.jpg)