କନକ ବ୍ୟୁରୋ : ଓଡିଶାରେ ପୁଷ୍ଠିହୀନତା କମୁଥିଲେ ବି ସ୍ଥିତି ଉଦବେଗ ଜନକ ରହିଛି । ଅପପୁଷ୍ଟି ଦୂର କରିବା ପାଇଁ ରାଜ୍ୟ ସରକାର ପୁଷ୍ଟିବର୍ଦ୍ଧିତ ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଯୋଗାଇ ଦେଉଥିଲେ ବି ଏହାକୁ ସମ୍ପୂର୍ଣ୍ଣ ରୋକି ପାରିନାହାନ୍ତି। ପୁଷ୍ଟିହୀନତାକୁ ନେଇ ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭୟଙ୍କର ତଥ୍ୟ ରଖିଛନ୍ତି । 

Advertisment

ପୁଷ୍ଟିହୀନତାର ଭୟଙ୍କର ଚିତ୍ର 
- ରାଜ୍ୟରେ ପ୍ରତି ଜିଲ୍ଳାକୁ ବ୍ୟାପିଛି ପୁଷ୍ଟିହୀନତା
- ୬ ମାସରୁ ୫ ବର୍ଷ ଭିତରେ ୩୦ ଜିଲ୍ଲାରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି
- ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୦୭୫ଜଣ ପୁଷ୍ଟିହୀନ ଶିଶୁ ଅଛନ୍ତି 
- ପ୍ରାଚୁର୍ଯ୍ୟ ଭରା କେନ୍ଦୁଝରରେ ୮୫୮ ପୁଷ୍ଟିହୀନ ଶିଶୁ ଅଛନ୍ତି

ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶିଶୁ ଅଧିକାର ସୁରକ୍ଷା କର୍ମୀ । ତେବେ ପୂର୍ବ ଅପେକ୍ଷା ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା କମିଛି ବୋଲି କହିଛନ୍ତି ମୟୂରଭଞ୍ଜ ସମାଜମଂଗଳ ଅଧିକାରୀ । ପୁଷ୍ଟିହୀନତାର ଭୟଙ୍କର ଚିତ୍ର ସାମନାକୁ ଆସିବା ପରେ ତେଜିଛି ରାଜନୈତିକ ବୟାନବାଜି । ମନ୍ତ୍ରୀ ରଖିଥିବା ତଥ୍ୟଠାରୁ ବାସ୍ତବ ସଂଖ୍ୟା ଢ଼େର ଅଧିକ ବେ ବୋଲି କହିଛନ୍ତି ବିଜେଡି ବିଧାୟକ । ତେବେ ଅପପୁଷ୍ଟି କମାଇବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି । ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକାଶର ଆଉ ଏକ ସୋପାନରେ ପହଁଚାଇବାକୁ ଲକ୍ଷ୍ୟ ରଖିଥିବାବେଳେ ପୁଷ୍ଟିହୀନତାର ଏଭଳି ତଥ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।