Photograph: (kanak news)
କନକ ବ୍ୟୁରୋ: ଦର୍ଶକ ବନ୍ଧୁ ! ମୁଁ ଅନୁ
ଆଜି ପରା ପ୍ରେମ ସପ୍ତାହର କିସ୍ ଡେ’ । ମୋ ଭାଷାରେ କିସି ଡେ, ପପି ଡେ..
ଆଜି ମୋର ଭାରି ମନୋପଡୁଛି ସେ ପ୍ରଥମ ଚୁମା। ଆପଣ କ’ଣ ଭାବିଲେ...
ଧେତ୍ - ଆପଣ କିଛି ଅଲଗା ଭାବିନେଲେ ବୋଧେ
ନା ନା ଆଜି ଏ କିସ୍ ଡେ କଥା ପଡିଛି ବୋଲି ମୋ ସ୍କୃତିରେ ଉକୁଟି ଉଠୁଛି କିଛି ସ୍ବତନ୍ତ୍ର କିସି ମାନେ ଚୁମା।
ମନେପଡୁଛି ପିଲାଦିନର କଥା। ବେଶି ଛୋଟବେଳ କଥା ଏତେଟା ଯଦିଓ ମନେପଡୁନି କିନ୍ତୁ ବୋଉର ସେ ପପି କଥା ମନେ ଅଛି । ସକାଳୁ ବୋଉ ଆସି ଉଠାଉଥିବ... ମାନ ଉଠୁ ଉଠୁ ସକାଳ ହେଲାଣି...ହେଲେ ଉଠିବାକୁ ଇଚ୍ଛା ନଥିବ । ବୋଉ ଟିକେ ପାଖରେ ବସି କହିବ.. ମୋ ଗେହ୍ଲିଟା ଉଠିଯିବ ତଉ.. କହିକି ଗାଲରେ ଗୋଟେ ଚୁମା ଦେଇଦେ ବ। ତାପରେ ତ ପୁରା ତାଜା। ଚଟକିନା ମୁଁ ଉଠିପଡେ
ଆଉ ବାପାଙ୍କ କଥା କ’ଣ କହିବି.. ମନେଅଛି ଶୀତଦିନେ ବାପା ଆସି ନାନୀ ଆଉ ମୋତେ ଉଠାଉଥିବେ। ହେଲେ ଆମେ ଦି ଜଣ ଶୀତ ଲାଗି କମଳ ଭିତରୁ ଜମା ବାହାରୁନଥିବୁ। ବାପା ଉଠାଇନେଇ କୋଳରେ ଦିଜଣଙ୍କୁ ବସେଇ ପୁରା କମଳକୁ ଘୋଡେଇଦେବେ। ବାପାଙ୍କ ସହ ଟୁକୁରୁଟାକୁରୁ କିଛି କଥା ଆଉ ଆମ ଦଜଣଙ୍କ ମୁଣ୍ଡରେ ବାପାଙ୍କର ଗୋଟେ ଦିଟା ପାପା। ବାସ୍ ଏତିକିରେ ପୁରା ମସ୍ତରେ ଆରମ୍ଭ ହୁଏ ସକାଳ।
ଏମିତି ଦିନ ଗଡିଚାଲେ.. ସାଙ୍ଗସାଥୀ ମେଳ , ତା ଭିତରେ ମୋ ବେଷ୍ଟ ଫ୍ରେଣ୍ଡ ଦୀପ୍ତି .. ବେଳେବେଳେ କଥା ହଉ ହଉ ତାକୁ ବି ପପି ଦେଇଦିଏ.. ଦି ଜଜଣଙ୍କ ହସରେ ପାଖ ପରିବେଶ ଟା ଉଛୁଳିଲା ପରେ ଲାଗେ। ଆଉ ସ୍କୁଲ କଲେଜ ଛୁଟିବେଳେକୁ କେତେବେଳେ କେମିତି ଫ୍ଲାଇଙ୍ଗ କିସ୍ ବି ଉଡେ।
ଜୀବନ ଗାଡିଟା ଗଡି ଗଡି ଚାଲେ । ଆସେ ୟୁଥ୍ ଫେଜ୍ । ବାପା, ବୋଉଙ୍କ ଇଚ୍ଛାରେ ବାହାଘର ହୁଏ। ମନରେ ଆଶଙ୍କା। ମଣିଷଟା କେମିତି ହୋଇଥିବ କେଜାଣି। ଟ୍ଟଟ୍ଟ ମନେପଡେ ସେଦିନ ଯେବେ ମୋ ଦୁଇ ହାତ ପାପୁଲିକୁ ଧରି ସେଥିରେ ସେ ଆଙ୍କି ଦେଇଥିଲେ ଦୁଇଟି ଚୁମ୍ବନ। । ଆଉ କହିଲେ ଆମର ବଡ ପରିବାର, ସମସ୍ତଙ୍କୁ ଭଲ ପାଉଥିବ, ସମସ୍ତଙ୍କ ଭଲମନ୍ଦ ପଚାରି ବୁଝୁଥିବ । ସେତିକିରୁ ଜାଣିନେଲି ଜୀବନସାଥୀ ମୋ ଜଣେ ହୃଦୟବାନ୍ ଓ ବେଶ୍ ସମ୍ଭ୍ରମ।
ଆମ ଦୁହିଁଙ୍କ ଜୀବନକୁ ପରିପୂର୍ଣ୍ଣ କରିବାକୁ ଆସିଲା ଗେହ୍ଲୁ ମାନେ ମୋ ପୁଅ । ହସ୍ପିଟାଲରେ ତା କୁନି କୁନି କଅଁଳିଆ ଇଷତ୍ ଗୋଲାପୀ ପାଦ ଦିଟାକୁ ଚୁମା ଦେଇଥିଲି । ଖୁସିରେ ମୋ ଆଖି ଜକେଇ ଆସିଲା । ଆଉ ସେ ତା ଆଖି ମିଟିମିଟି କରି ଚାହିଁଲାବେଳକୁ ଲାଗିଲା ଆରେ ମୋତେ ତ ସ୍ବର୍ଗ ମିଳିଯାଇଛି ।
ମିନିଟ, ଘଣ୍ଟା, ଦିନ ମାସ ଗଡିଚାଲିଲା । ଠୁକୁଠୁକୁ ହେଇ ଚାଲୁଥାଏ ଗେହ୍ଲୁ । ମୁଁ ତାକୁ କୁହେ, ମନ ପାପା ଦେଲୁ ପାପା ଦେ,,, ମୋତେ ତା ଦୁଇ କୁନି ହାତରେ ମାଡିବସି ତା’ର ଲାଳଲଗା, ନରମ ଓଠରେ ମୋ ଗାଲରେ କେତେ ଚୁମା ଦେଇଦିଏ..ଏଇ ସବୁ ମୋ ପାଇଁ କିଛି ସ୍ବତନ୍ତ୍ର ଚୁମାର ସ୍ମୃତି ଆଉ ଆପଣଙ୍କର ।
Follow Us