କୃଷି ବିଭାଗରେ ନାହାନ୍ତି କୃଷି ଅଧିକାରୀ, ଚାଷୀଙ୍କ ପାଖରେ ପହଞ୍ଚିପାରୁନି ସରକାରୀ ଯୋଜନା

Advertisment

ବିଡମ୍ବନାର କଥା ଚାଷ ଜନିତ ଆବଶ୍ୟକ ସୂଚନା ପାଇବା ବି ଚାଷୀଙ୍କ ପାଇଁ ସାତସପନ। କୃଷି ବିଭାଗରେ କର୍ମଚାରୀ ମରୁଡ଼ି ଯୋଗୁଁ ଚାଷୀଙ୍କ ପାଖରେ ପହଞ୍ଚିପାରୁନାହାନ୍ତି କୃଷି ଅଧିକାରୀ। ଚାଷରେ ସମସ୍ୟା ହେଲେ ସ୍ଥାନୀୟ ସାର ଓ ଔଷଧ ଦୋକାନୀ ହିଁ ପାଲଟିଯାଆନ୍ତି ଚାଷୀଙ୍କ ସାହା ଭରସା । 

ବିଡମ୍ବନାର କଥା ଚାଷ ଜନିତ ଆବଶ୍ୟକ ସୂଚନା ପାଇବା ବି ଚାଷୀଙ୍କ ପାଇଁ ସାତସପନ। କୃଷି ବିଭାଗରେ କର୍ମଚାରୀ ମରୁଡ଼ି ଯୋଗୁଁ ଚାଷୀଙ୍କ ପାଖରେ ପହଞ୍ଚିପାରୁନାହାନ୍ତି କୃଷି ଅଧିକାରୀ। ଚାଷରେ ସମସ୍ୟା ହେଲେ ସ୍ଥାନୀୟ ସାର ଓ ଔଷଧ ଦୋକାନୀ ହିଁ ପାଲଟିଯାଆନ୍ତି ଚାଷୀଙ୍କ ସାହା ଭରସା । 

48

କନକ ବ୍ୟୁରୋ : ରାତି ପାହିଲେ ନିଜ ଜମିରେ ପହଞ୍ଚିଯାଏ ଚାଷୀ । ପାରମ୍ପରିକ ଶୈଳୀରେ କରୁଥାଏ ଚାଷ । ବର୍ଷ ବର୍ଷ ଧରି ଯେଉଁ ପ୍ରଣାଳୀରେ ଚାଷ ହେଉଥିଲା ଆଜି ବି ସମାନ ଶୈଳୀରେ ଚାଷ କରୁଛନ୍ତି ଅନେକ ଚାଷୀ । ବିଡମ୍ବନାର କଥା ଚାଷ ଜନିତ ଆବଶ୍ୟକ ସୂଚନା ପାଇବା ବି ଚାଷୀଙ୍କ ପାଇଁ ସାତସପନ। କୃଷି ବିଭାଗରେ କର୍ମଚାରୀ ମରୁଡ଼ି ଯୋଗୁଁ ଚାଷୀଙ୍କ ପାଖରେ ପହଞ୍ଚିପାରୁନାହାନ୍ତି କୃଷି ଅଧିକାରୀ। ଚାଷରେ ସମସ୍ୟା ହେଲେ ସ୍ଥାନୀୟ ସାର ଓ ଔଷଧ ଦୋକାନୀ ହିଁ ପାଲଟିଯାଆନ୍ତି ଚାଷୀଙ୍କ ସାହା ଭରସା । 

ଚାଷୀଙ୍କ ହିତ ପାଇଁ କୃଷି ବିଭାଗ ଅନେକ ଯୋଜନା କରୁଛି । ଗବେଷଣାଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ସଚେତନତା ଅଭାବରୁ ଚାଷୀ ଏଥିରୁ କିଛି ଲାଭ ପାଉନି । ଆରଟିଆଇରେ ମିଳିଥିବା ତଥ୍ୟ ଅନୁସାରେ 
ରାଜ୍ୟର ମୋଟ ୭୮୯ ମଞ୍ଜୁରପ୍ରାପ୍ତ ସହକାରୀ କୃଷି ଅଧିକାରୀ ପଦବୀ ରହିଛି
ଖାଲି ପଡ଼ିଛି ୩୬୬ ପଦବୀ
ସହକାରୀ ମୃତ୍ତିକା ସଂରକ୍ଷଣ ପଦବୀ ଖାଲି ପଡ଼ିଛି 
୨୦୪ ପଦବୀ ମଧ୍ୟରୁ ୧୯୧ଟି ପଦବୀ ଖାଲି ପଡ଼ିଛି
ଚାଷୀଙ୍କୁ ସାର ଯୋଗାଣଠାରୁ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବାରେ ଏହି ଅଧିକାରୀଙ୍କର ଅନେକ ଦାୟିତ୍ୱ ରହିଛି, କିନ୍ତୁ ଏତେ ପରିମାଣର ପଦବୀ ଖାଲି ଥିବାରୁ ଅନେକ କାମ ସଠିକ ଭାବେ ହୋଇପାରୁ ନାହିଁ । ଫାଙ୍କା ଥିବା ଏହି ପଦବୀ କେବେ ପୂରଣ ହେବ ତାହାର ଉତ୍ତର କାହାରି ପାଖରେ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe