କନକ ବ୍ୟୁରୋ : ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ ଦେଖିଲେ ଓଡ଼ିଶା ଅଗ୍ନିଶମ ବିଭାଗର କୌଶଳ । ଅଭିନଵ ଭାବରେ K9 ଡ଼ଗ ସ୍କ୍ବାର୍ଡ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟଙ୍କୁ ସ୍ବାଗତ କରିଥିଲେ । ଯେକୌଣସି ଆପତ୍କାଳୀନ ପରିସ୍ଥିତିରେ ଓଡିଶା ଅଗ୍ନିଶମ ବାହିନୀ କିଭଳି ବିପତିର ମୁକାବିଲା କରୁଛି, ତାହାର ଲାଇଭ ଚିତ୍ର ଦେଖିଛନ୍ତି କମିଟି ସଦସ୍ୟ । ରେସକ୍ୟୁ ଟେଣ୍ଡର, ମିଷ୍ଟ ବାଇକ, ଫାୟାର ଏଣ୍ଟ୍ରି ସୁଟ ଡେମୋ, ୱାଟର କେନନ ଡେମୋ, ଫାୟାର ଫାଇଟିଙ୍ଗ ରୋବୋଟିକ ମୋନିଟର, ପ୍ଲାଜମା କଟର, ସ୍କୁବା ଡେମୋ, ବାଇକ ପିରାମିଡ଼ ଭଳି ୧୨ଟି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ । ନୂଆ ସରକାର ଆସିବା ପରେ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୯୨୫ ନବ ନିଯୁକ୍ତି ଦିଆଯିବା ସହ ୬୦୦ ଜଣ ଅଧିକାରୀଙ୍କ ପଦୋନ୍ନତି ହୋଇଛି ।
ଅଗ୍ନିଶମ ବାହିନୀରକୁ ସ୍ବତନ୍ତ୍ର ଡ୍ରେସ୍ ଦିଆଯାଇଛି । ଅତ୍ୟାଧୁନିକ ସାମଗ୍ରୀ କିଣାଯାଇଛି । ଏହି ପରିଦର୍ଶନ ସମୟରେ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଛନ୍ତି ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ । ଷ୍ଟାଣ୍ଡିଙ୍ଗ କମିଟିର ଅଧକ୍ଷ ସିଦ୍ଧାନ୍ତ ମହାପାତ୍ର, ଇରାଶିଷ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର, ଆଶ୍ରିତ ପଟ୍ଟନାୟକ, ଟଙ୍କଧର ତ୍ରିପାଠୀ, ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/18/ghjhhhg-2025-08-18-08-11-50.png)