ମୃତ୍ୟୁ ପରେ ବାପାଙ୍କ ଶରୀର ଦାନ କଲା ପୁଅ : ବାପାଙ୍କ ଶେଷ ଇଚ୍ଛା କଲେ ପୂରଣ

Advertisment

ବାପାଙ୍କ ଶେଷ ଇଚ୍ଛା ପୂରଣ କରି ଏମ୍‌କେସିଜିକୁ ମରଶରୀର ହସ୍ତାନ୍ତର କଲେ ପୁଅ । ଗଞ୍ଜାମ ଧରାକୋଟ ବ୍ଲକ ମାଣିକ୍ୟପୁରର ଦୁର୍ଯ୍ୟୋଧନ ନାୟକଙ୍କର ୮୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇଥିଲା ।

ବାପାଙ୍କ ଶେଷ ଇଚ୍ଛା ପୂରଣ କରି ଏମ୍‌କେସିଜିକୁ ମରଶରୀର ହସ୍ତାନ୍ତର କଲେ ପୁଅ । ଗଞ୍ଜାମ ଧରାକୋଟ ବ୍ଲକ ମାଣିକ୍ୟପୁରର ଦୁର୍ଯ୍ୟୋଧନ ନାୟକଙ୍କର ୮୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇଥିଲା ।

gghhj

କନକ ବ୍ୟୁରୋ : ମୃତ୍ୟୁ ପରେ ବାପାଙ୍କ ଶରୀର ଦାନ କଲା ପୁଅ । ବାପାଙ୍କ ଶେଷ ଇଚ୍ଛା ପୂରଣ କରି ଏମ୍‌କେସିଜିକୁ ମରଶରୀର ହସ୍ତାନ୍ତର କଲେ ପୁଅ । ଗଞ୍ଜାମ ଧରାକୋଟ ବ୍ଲକ ମାଣିକ୍ୟପୁରର ଦୁର୍ଯ୍ୟୋଧନ ନାୟକଙ୍କର ୮୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇଥିଲା । ସେ ଡାକ ବିଭାଗରେ କାମ କରୁଥିଲା ବେଳେ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଇଚ୍ଛା କରିଥିଲେ । 

ତେଣୁ ତାଙ୍କ ପରଲୋକ ପରେ ପୁଅ ପ୍ରତାପ ନାୟକ ବ୍ରହ୍ମପୁର ଏମକେସିଜି ସହ ଯୋଗାଯୋଗ କରିଥିଲେ । ଦୁର୍ଯ୍ୟୋଧନଙ୍କ ମରଶରୀର ଏମକେସିଜିରେ ପହଞ୍ଚିବା ପରେ ପୁଅ ଜିତେନ୍ଦ୍ର ଓ ପରିବାରବର୍ଗଙ୍କ ଉପସ୍ଥିତିରେ ଶରୀର ଦାନ କରାଯାଇଛି । ୫ ବର୍ଷ ତଳେ ଦୁର୍ଯ୍ୟୋଧନଙ୍କ ପତ୍ନୀ ସୁଶୀଳାଙ୍କ ପରଲୋକ ହୋଇଥିଲା । କିଛି ବର୍ଷ ତଳେ ତାଙ୍କର ଦୁଇ ପୁଅ ମଧ୍ୟ ରୋଗରେ ପଡ଼ି ଆଖି ବୁଜିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe