କନକ ବ୍ୟୁରୋ : ମୃତ୍ୟୁ ପରେ ବାପାଙ୍କ ଶରୀର ଦାନ କଲା ପୁଅ । ବାପାଙ୍କ ଶେଷ ଇଚ୍ଛା ପୂରଣ କରି ଏମ୍କେସିଜିକୁ ମରଶରୀର ହସ୍ତାନ୍ତର କଲେ ପୁଅ । ଗଞ୍ଜାମ ଧରାକୋଟ ବ୍ଲକ ମାଣିକ୍ୟପୁରର ଦୁର୍ଯ୍ୟୋଧନ ନାୟକଙ୍କର ୮୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇଥିଲା । ସେ ଡାକ ବିଭାଗରେ କାମ କରୁଥିଲା ବେଳେ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଇଚ୍ଛା କରିଥିଲେ ।
ତେଣୁ ତାଙ୍କ ପରଲୋକ ପରେ ପୁଅ ପ୍ରତାପ ନାୟକ ବ୍ରହ୍ମପୁର ଏମକେସିଜି ସହ ଯୋଗାଯୋଗ କରିଥିଲେ । ଦୁର୍ଯ୍ୟୋଧନଙ୍କ ମରଶରୀର ଏମକେସିଜିରେ ପହଞ୍ଚିବା ପରେ ପୁଅ ଜିତେନ୍ଦ୍ର ଓ ପରିବାରବର୍ଗଙ୍କ ଉପସ୍ଥିତିରେ ଶରୀର ଦାନ କରାଯାଇଛି । ୫ ବର୍ଷ ତଳେ ଦୁର୍ଯ୍ୟୋଧନଙ୍କ ପତ୍ନୀ ସୁଶୀଳାଙ୍କ ପରଲୋକ ହୋଇଥିଲା । କିଛି ବର୍ଷ ତଳେ ତାଙ୍କର ଦୁଇ ପୁଅ ମଧ୍ୟ ରୋଗରେ ପଡ଼ି ଆଖି ବୁଜିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/30/gghhj-2025-07-30-07-51-10.jpg)