କନକ ବ୍ୟୁରୋ: ଋଷ ଦୁନିଆର ବିପଦଜ୍ଜନକ ହତିଆର ତିଆରି କରିଥିବା ଦାବି କରିଛି । ଏହାର ନାଁ ହେଉଛି ବୁରେଭେସ୍ତନିକ( Burevestnik) । ନାଟୋ ଦେଶର ଏହାକୁ କୁହାଯାଉଛି ସ୍କାଏଫଲ । ଏହା ହେଉଛି ଏକ କ୍ରୁଜ ମିସାଇଲ, ଯାହା ପରମାଣୁ ଶକ୍ତିରେ ଚାଲିଥାଏ । ଏହା ପରମାଣୁ ଅସ୍ତ୍ର ନେବାଆଣିବା କରିପାରିବ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦାବି କରିଛନ୍ତି ଏହି ମିସାଇଲ ହେଉଛି ଅଜେୟ । ବୁରେଭେସ୍ତନିକ ହେଉଛି ଏକ କ୍ରୁଜ ମିସାଇଲ । କିନ୍ତୁ ଅନ୍ୟ ମିସାଇଲଠାରୁ ପୁରା ଅଲଗା । ଏଥିରେ ଏକ ଛୋଟ ପରମାଣୁ ରିଆକ୍ଟର ଲଗାଯାଇଛି, ଯାହା ଏହି ମିସାଇଲକୁ ଅସୀମିତ ଦୂରତା ଦେଇଥାଏ । ଇନ୍ଧନ ସରିଗଲେ ସାମାନ୍ୟ ମିସାଇଲ ରହିଯାଇଥାଏ । କିନ୍ତୁ ବୁରେଭେସ୍ତନିକ , Burevestnik ପରମାଣୁ ଶକ୍ତିରେ ଚାଲୁଥିବାରୁ ସପ୍ତାହ ସପ୍ତାହ ମାସ ମାସ ଧରି ଚାଲିପାରେ । ୨୦୧୬ରୁ ୨୦୧୯ ମଧ୍ୟରେ ଏହି ମିସାଇଲର ଅନେକ ପରୀକ୍ଷଣ ବିଫଳ ହୋଇଛି । କିନ୍ତୁ ୨୦୨୩ରେ ଏହାର ସଫଳ ପରୀକ୍ଷଣ ହୋଇଥିବା ଦାବି କରିଛି ଋଷ ରାଷ୍ଟ୍ରପତି ।
Burevestnik ମିସାଇଲ କ'ଣ?
ଋଷ ଭାଷାରେ Burevestnik ଅର୍ଥ ହେଲା ତୋଫାନୀ ପକ୍ଷୀ
ଏହା ବଡ଼ ବିପଦ ଆସିବାର ସଙ୍କେତ ଦେଇଥାଏ
ମିସାଇଲର ଗତି ପ୍ରତି ଘଣ୍ଟାରେ ଏକ ହଜାର କିଲୋମିଟର
୫୦ରୁ ୧୦୦ ମିଟର ଉଚ୍ଚତାରେ ଉଡିଥାଏ ଏହି ମିସାଇଲ
ରାଡାର ଏହାକୁ ସହଜରେ ଧରିପାରିନଥାଏ
ଏଥିରେ ପରମାଣୁ ବୋମା ଲଗାଯାଇପାରିବ, ଯାହା ବଡ଼ ବିସ୍ଫୋରଣ କରିପାରିବ
ପରମାଣୁ ଶକ୍ତିରେ ଚାଲିବ ଏହି ମିସାଇଲ
ଆମେରିକା ଓ ନାଟୋର ଯେକୌଣସି ମିସାଇଲକୁ ଚକମା ଦେବାର କ୍ଷମତା
ସାଧାରଣ ମିସାଇଲ ଜେଟ ଇନ୍ଧନରେ ଚାଲିଥାଏ
କିନ୍ତୁ Burevestnikରେ ଏକ ଛୋଟ ପରମାଣୁ ରିଆକ୍ଟର ଅଛି
ଇନ୍ଧନର ଚିନ୍ତା ନଥିବାରୁ ପୃଥିବୀକୁ ଅନେକ ଥର ପରିକ୍ରମା କରିପାରେ
ଉଡିବା ସମୟରେ ରାସ୍ତା ବି ବଦଳାଇଦେଇପାରେ
ଦୁର୍ଘଟଣାଗସ୍ତ ହେଲେ ରେଡିଓଆକ୍ଟିଭ ବା ଆଣବିକ ବିକିରଣ ସମ୍ଭାବନା ଅଧିକ
ଏହା ପରିବେଶ ଉପରେ କ୍ଷତି ପହଞ୍ଚାଇଥାଏ
ମିସାଇଲର ମୁଖ୍ୟ ସମସ୍ୟା ହେଲା ରେଡିଏସନ କଣ୍ଟ୍ରୋଲ , ଇଞ୍ଜିନକୁ ସ୍ଥିର ରଖିବା ଓ ଦୁର୍ଘଟଣାରୁ ବଞ୍ଚାଇବା