ମହାନଦୀର ତଣ୍ଟି ଚିପି ଦେଇଛି ପଡ଼ୋଶୀ ରାଜ୍ୟ, ଓଡ଼ିଶା ଛୁଇଁବା ପୂର୍ବରୁ ମରିଯାଉଛି ମହାନଦୀ....

Advertisment

କଲମା ବ୍ୟାରେଜ ଓ ଆଖାପାଖ ଅଂଚଳ ବୁଲି ଦେଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଦେଢ ବର୍ଷର ସରକାରକୁ ଟାର୍ଗେଟ କରି  ବିବାଦର ସମାଧାନ ନହେଲେ ବଡଧରଣର କ୍ଷତି ଓଡ଼ିଶା ସହିବ ବୋଲି କହିଛନ୍ତି ବିଜୟ ।

କଲମା ବ୍ୟାରେଜ ଓ ଆଖାପାଖ ଅଂଚଳ ବୁଲି ଦେଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଦେଢ ବର୍ଷର ସରକାରକୁ ଟାର୍ଗେଟ କରି  ବିବାଦର ସମାଧାନ ନହେଲେ ବଡଧରଣର କ୍ଷତି ଓଡ଼ିଶା ସହିବ ବୋଲି କହିଛନ୍ତି ବିଜୟ ।

32

WATER PROBLEM Photograph: (KANAK NEWS)

କନକ ବ୍ୟୁରୋ: ମହାନଦୀ ବିବାଦର ସମାଧାନ କେବେ ହେବ? ମରିଯିବନି ତ ମହାନଦୀ? ଛତିଶଗଡ ଓଡ଼ିଶାର କଥା ଶୁଣିବ ତ? ଟ୍ରିପଲ ଇଞ୍ଜିନ ସରକାରରେ କାହିଁକି ବିଳମ୍ବିତ ହେଉଛି ମହାନଦୀ ବିବାଦର ସମାଧାନ? ଏଭଳି ପ୍ରଶ୍ନକୁ ନେଇ ଓଡ଼ିଶା ଧନ୍ଦି ହେଉଥିବା ବେଳେ ଛତିଶଗଡର ମନମାନି ପୁଣି ସାମ୍ନାକୁ ଆସିଛି। ମହାନଦୀକୁ ମାରିବାକୁ ଛତିଶଗଡର ଚକ୍ରାନ୍ତକୁ ନେଇ ପଢ଼ନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ ।

ଅଧିକ ପଢ଼ନ୍ତୁ : ପରିଚାଳନା କଳି !.....

ଗୋଟିଏ ପଟେ ଅକାତକାତ ପାଣି, ଅନ୍ୟପଟେ ବିସ୍ତୀର୍ଣ୍ଣ ଶୁଖିଲା ବାଲି । ସେହି ସ୍ଥାନରୁ ହିଁ ଛତିଶଗଡ ସୀମା ଡେଇଁ ଓଡ଼ିଶାକୁ ପ୍ରବେଶ କରିଛି ଜୀବନଧାରା ମହାନଦୀ । ହେଲେ ଓଡ଼ିଶାକୁ ପଶୁ ପଶୁ କଲମାରେ ଯେପରି ମହାନଦୀ ମରି ମରି ଯାଉଛି । ଓଡ଼ିଶାର ବଡ ନଦୀ ଏବେ ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଅମାନିଆ ଛତିଶଗଡ ମହାନଦୀରୁ ଓଡ଼ିଶାରୁ ପାଣି ନଦେବାକୁ ଯେପରି ପଣ କରିଛି । ବଳକା ପାଣିକୁ ବାଲି ବନ୍ଧ ଦ୍ବାରା ଅଟକାଇ ମହାନଦୀର ତଣ୍ଟି ଚିପି ଦେଇଛି ଛତିଶଗଡ । ଚୁପ୍ ବସିଛନ୍ତି ଓଡ଼ିଶା ସରକାର । .. କିନ୍ତୁ କନକ ନ୍ୟୁଜରେ ଖବର ବାଜିବା ପରେ କଲମା ବ୍ୟାରେଜ ଓ ଆଖାପାଖ ଅଂଚଳ ବୁଲି ଦେଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଦେଢ ବର୍ଷର ସରକାରକୁ ଟାର୍ଗେଟ କରି  ବିବାଦର ସମାଧାନ ନହେଲେ ବଡଧରଣର କ୍ଷତି ଓଡ଼ିଶା ସହିବ ବୋଲି କହିଛନ୍ତି ବିଜୟ ।

ଅଧିକ ପଢ଼ନ୍ତୁ : ସରୁନି ମଣ୍ଡି ସମସ୍ୟା, ତାଲା ପକାଇଲେ ଚାଷୀ

ମହାନଦୀ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲକୁ ୭ ବର୍ଷ ପୂରିବାକୁ ଯାଉଛି । ଆପୋଷ ବୁଝାମଣାରେ ସମାଧାନର ସୂତ୍ର ଓଡ଼ିଶା ଖୋଜୁଥିବା ବେଳେ ସଙ୍କଟ ଏବେ ଉତ୍କଟ ହୋଇଛି । ଛତିଶଗଡ଼ ବାଲିବନ୍ଧ ନିର୍ମାଣ କରୁଥିଲେ ମଧ୍ୟ ଓଡ଼ିଶା ସରକାର ଚୁପ୍ । ଏହା କ’ଣ ଆପୋସ ସମାଧାନର ସଂକେତ କି? ଜାନୁଆରିରୁ ମହାନଦୀର ଅବସ୍ଥା ଯଦି ଏମିତି, ମେ’ ମାସରେ ସ୍ଥିତି କ’ଣ ହେବ? ବୋଲି ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ ସମିତି । ଅନ୍ୟପଟେ ମହାନଦୀକୁ ନେଇ ଟ୍ରିପଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ଛତିଶଗଡର ମନମାନି, ବିରୋଧୀଙ୍କ ପ୍ରଶ୍ନବାଣ ଭିତରେ ମହାନଦୀ ବିବାଦର ସମାଧାନ ପାଇଁ ସରକାରଙ୍କ ଆଗାମୀ ପଦକ୍ଷେପ କଣ ତାହା ଉପରେ ପୁରା ରାଜ୍ୟର ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe