କନକ ବ୍ୟୁରୋ : ସମ୍ବଲପୁରରେ ମହାନଦୀ ପାଣି ହେଉଛି ପ୍ରଦୂଷିତ । କୂଳରେ ଗଦା ହେଉଛି କୁଢ଼କୁଢ଼ ଅଳିଆ ଆବର୍ଜନା । ସଚେତନତା ଅଭାବାରୁ ଲୋକ ଟ୍ରାକ୍ଟର ଟ୍ରାକ୍ଟର ଅଳିଆ ମହାନଦୀରେ ଫିଙ୍ଗୁଛନ୍ତି । ପ୍ରଶାସନ ଯେମିତି ଆଖି ବୁଜି ଦେଇଛି
ମହାନଦୀ କୂଳରେ ଅଳିଆ ଗଦା
ସମ୍ୱଲପୁର ସହରର ପ୍ରାୟ ସବୁ ଅଳିଆ ଆବର୍ଜନା ମହାନଦୀରେ ପଡୁଛି । କଚେରି ଛକରୁ ମଣ୍ଡଳିଆ ଯାଏଁ ରିଂ ରୋଡ୍ କଡ଼ରେ ଯିଏ ପାରିଲା ସିଏ ଅଳିଆ ଫିଙ୍ଗିଲା । ଘର ଅଳିଆ ହେଉ କି ଭୋଜିଭାତ ପରେ ବାହାରୁଥିବା ଆବର୍ଜନା, ଲୋକମାନେ ସବୁ ମହାନଦୀରେ ପକାଉଛନ୍ତି । ପାଣି ପ୍ରଦୂଷିତ ହେବା ସାଙ୍ଗକୁ ଅଳିଆ ଗଦା ହୋଇ ରିଂ ରୋଡ୍ ସୌନ୍ଦର୍ଯ୍ୟ ହରାଉଛି ।
ସ୍ଥିତି ସାଂଘାତିକ ହେବା ଆଶଙ୍କା
ସଚେତନତା ଅଭାବରୁ ଏପରି ହେଉଥିବା ସମସ୍ତେ କହୁଥିବା ବେଳେ ପରିବେଶ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚୁପ୍ । ସମ୍ବଲପୁର ମହାନଗର ନିଗମ ମଧ୍ୟ ନିଦାବିଷ୍ଣୁ ସାଜିଥିବାରୁ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । ଠୋସ୍ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନହେଲେ ଅବସ୍ଥା ସାଂଘାତିକ ହେବାର ଆଶଙ୍କା ରହିଛି ।