କନକ ବ୍ୟୁରୋ : ବାଲେଶ୍ବର ନୀଳଗିରିରେ ଭୟଙ୍କର ସଡକ ଦୁର୍ଘଟଣା । କାରକୁ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର । ଦୁର୍ଘଟଣାରେ ଚାଲିଗଲା ଦାଦାର ଜୀବନ ପୁତୁରା ଗୁରୁତର । ବାହାଘରକୁ ଥିଲା ଦୁଇଦିନ ହେଲେ ଦୁର୍ଘଟଣାରେ ଆଖିବୁଜିଛନ୍ତି ଯୁବକ ଜଣଙ୍କ । ନୀଳଗିରି ଥାନା ବାଲିଗୋହିରୀ ଛକ ନିକଟରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ଗୋବରା ଗାଁର ହରେକୃଷ୍ଣ ନିଜ ପୁତୁରା ଜ୍ୟୋତିଶଙ୍କରଙ୍କ ସହ କାର୍ ଯୋଗେ ବନ୍ଧୁଙ୍କୁ ଆଣିବାକୁ ବାଲେଶ୍ବର ଷ୍ଟେସନକୁ ଯାଉଥିଲେ । ଭୋର ୪ଟା ସମୟରେ ଯାଉଥିବାବେଳେ ବୀପରିତ ଦିଗରୁ ଦୃତଗତିରେ ଆସୁଥିବା ଏକ ଟିପ୍ପର ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହରେକୃଷ୍ଣ ମୃତବରଣ କରିଥିବାବେଳେ ପୁତୁରା ଜ୍ୟୋତିଶଙ୍କର ଚିକିତ୍ସା ପାଇଁ କଟକ ଯାଉଥିବାବେଳେ ଆଖି ବୁଜିଛନ୍ତି । ବିଡ଼ମ୍ବନାର ବିଷୟ ହେଉଛି ଆଉ ୨ ଦିନ ପରେ ଅର୍ଥାତ ୨୭ ତାରିଖରେ ବିବାହ କରିଥାନ୍ତେ ହରେକୃଷ୍ଣ । ହେଲେ ଏହା ପୂର୍ବରୁ ଅକାଳରେ ତାଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ।