କନକ ବ୍ୟୁରୋ: ନିଶାଶକ୍ତ ଅବସ୍ଥାରେ ସ୍କୁଲରେ ଶୋଇଲେ ଶିକ୍ଷକ। ପାଠ ପଢାଇବା ପାଇଁ ଉଠାଇଲେ ଛାତ୍ରଛାତ୍ରୀ । ସୋସିଆଲ ମିଡିଆରେ କାମାକ୍ଷନଗର ନିକଟ ନୂଆଟିପିଲେଇ ପ୍ରାଥମିକବିଦ୍ୟାଳୟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସ୍କୁଲରେ ପାଠ ପଢାଇବା ବଦଳରେ ନିଶାଶକ୍ତ ଅବସ୍ଥାରେ କ୍ଲାସରୁମରେ ଶୋଇପଡିଥିଲେ ଶିକ୍ଷକ । ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମୁର୍ମୁ ଅତ୍ୟଧିକ ନିଶାଶକ୍ତ ଅବସ୍ଥାରେ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢାଇବେ କ’ଣ ଚେୟାରରେ ଶୋଇପଡିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢାଇବା ପାଇଁ ଯେତେ ଉଠାଇଥିଲେ ମଧ୍ୟ ନିଶାରେ ଚୁର ଶିକ୍ଷକ ଉଠିପାରିନଥିଲେ । କ୍ୟାମେରାରେ କଏଦ ହୋଇଛି ଏହି ଅଭାବନୀୟ ଦୃଶ୍ୟ । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବସୂଚନା ଅନୁସାରେ ଏହି ଶିକ୍ଷକ ବାରୁଆଁ ପଞ୍ଚାୟତ ମଠଖୋକସା ବିଦ୍ୟାଳୟରେ ନିଶାଶକ୍ତ ଅବସ୍ଥାରେ ଧରାପଡିବାରୁ ନିଲମ୍ବନ ମଧ୍ୟ ହୋଇଥିଲେ।