କନକ ବ୍ୟୁରୋ: ଅନେକ ସମୟରେ ଚୋରଙ୍କ ଭିନ୍ନ ଧରଣର ଚୋରି କାହାଣୀ ଆପଣ ଶୁଣିଥିବେ । ହେଲେ ଆଜି ଏମିତି ଜଣେ ଚୋରର କାରନାମା ବିଷୟରେ ଆପଣଙ୍କୁ ଜଣାଇବୁ ଯାହା ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଚୋରି କରିଥିବା ବାଇକ୍ ଫେରାଇଲେ ଆଉ ଶେଷରେ ସରି ଲେଖି ଚିଠି ବି ଗାଡ଼ିରେ ରଖିଦେଇଗଲେ । ହେଲେ ସେ ଚିଠିରେ ଯାହା ଲେଖାଥିଲା ତାକୁ ଯିଏ ବି ପଢୁଛି ସେ ମୁରୁକି ମୁରୁକି ହସୁଛି ।
ଚୋରି ହୋଇଥିବା ବାଇକ୍ ମିଳିଲା, ଆଉ ତା ସହ ମିଳିଲା ଚିଠି । ଚିଠିରେ ଚୋର ଲେଖିଥିଲା ବାଇକ୍ ଚୋରି ପଛର କାହାଣୀ । ଚିଠିରେ ଚୋର ଲେଖିଯାଇଛି ଭାଇ I’m Sorry ମୋ ଗର୍ଲଫ୍ରେଣ୍ଡର ଦୁର୍ଘଟଣା ଗତକାଲି ରାତିରେ ହୋଇଥିଲା । ମୋ ପାଖରେ ପଇସା ପ୍ରେବ୍ଲେମ୍ ଥିଲା । ଆଉ ଜଲ୍ଦି ବି ଯିବାର ଥିଲା । ତେଣୁ କରି ଆପଣଙ୍କ ବାଇକ୍ ନେଇଥିଲି । ସେମିତି ନେବାର ନଥିଲା କିନ୍ତୁ ଭାଇ ସେଥିପାଇଁ ସରି, ସାନ ଭାଇ ଭାବି କ୍ଷମା କରିଦେବ ।
ଏଭଳି ରୋଚକ ଚୋରି ଘଟଣା ବ୍ରହ୍ମପୁର ଲାଞ୍ଜିପଲ୍ଲୀରୁ ସାମ୍ନାକୁ ଆସିଛି । ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ବାଇକ୍ ଗତ କିଛି ଦିନ ପୂର୍ବରୁ ନିଜ ଘର ସମ୍ମୁଖରେ ଚୋରି ହୋଇଥିଲା । ଚୋରି ସମୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ମଧ୍ୟ ହୋଇଥିଲା । ଏନେଇ ଗାଡ଼ି ମାଲିକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । କିନ୍ତୁ ହଠାତ ଗତକାଲି ସକାଳୁ ଦେଖିଲା ବେଳକୁ ଚୋରି ହୋଇଥିବା ବାଇକ୍ ଯେଉଁଠୁ ଚୋରି ହୋଇଥିଲା ଠିକ୍ ସେହି ସ୍ଥାନରେ ରହିଥିଲା । ଆଉ ଗାଡ଼ିରେ ଲାଗିଥିଲା ଚୋରର ହାତଲେଖା ଚିଠି ।
ସେ ଯାହାବି ହେଉ, ଚୋର ଜଣକ ନିଜର ସଚ୍ଚୋଟପଣିଆ ଦେଖାଇଛନ୍ତି ସତ କିନ୍ତୁ ପ୍ରେମ ଜଣକୁ ଚୋର ବି ସଜାଇପାରେ ତା’ର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଆଉ ଏ ବାଇକ୍ ଚୋରର କାହାଣୀ ଏବଂ ତା’ ହାତଲେଖା ଚିଠିକୁ ଯିଏ ପଢୁଛି ସିଏ କହୁଛି ବାଃ ବିରଳ ଚୋର…
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/05/29/IcnD1HpEmZy3RrMcd8fV.jpg)