କନକ ବ୍ୟୁରୋ: ଆୟ ବୃଦ୍ଧି ସହିତ, ବ୍ୟାଙ୍କରୁ ଋଣ ନେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅନେକ ଲୋକ  ଘର ନିର୍ମାଣ ପାଇଁ ଋଣ ନେଉଛନ୍ତି, ଅନେକ ସୌଖିନ୍ ଜିନିଷ କିଣିବାକୁ  ଋଣ ନେଉଛନ୍ତି, କିନ୍ତୁ ସମସ୍ୟା ଋଣ ନେବାରେ ନୁହେଁ, ବରଂ ଋଣ ସୁଝିବାରେ । ଅଧିକାଂଶ ଋଣ ମାସିକ ଦରମାର ୫୦ ପ୍ରତିଶତ ଖାଇଯାଉଛି। ନିକଟରେ ଏକ ସାର୍ଭରୁ ଏହା ଜଣାପଡ଼ିଛି ।

Advertisment

ଭାରତର ପ୍ରମୁଖ ସହରଗୁଡ଼ିକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି । ଦରମାର ୪୦-୫୦% ବର୍ତ୍ତମାନ EMI ଏବଂ ବୀମା ପ୍ରିମିୟମ ପାଇଁ ଯାଉଛି, ଯାହା ଏକ ଆର୍ଥିକ ଦୂରାବସ୍ଥା ବୋଲି ବିବେଚନା କରାଯାଇପାରେ । ଯେଉଁମାନେ ଚାକିରି କରୁଛନ୍ତି ସେମାନେ ସେମାନଙ୍କ ରୋଜଗାର ଅପେକ୍ଷା ପିଲାଙ୍କ ସ୍କୁଲ ଫିସ୍, ସ୍ୱାସ୍ଥ୍ୟସେବା ଏବଂ ଅତ୍ୟାବଶ୍ୟକୀୟ ଖର୍ଚ୍ଚ ବିଷୟରେ ଅଧିକ ଚିନ୍ତିତ । ସ୍ୱପ୍ନର ଘର ତୋଳିବା ବୋଝ ପାଲଟିଛି ।ଏଥିପାଇଁ ସେମାନେ ଗୃହ ଋଣ ନେଇ ସୁଝିବା କ୍ରମରେ ଆର୍ଥିକ ବୋଝ ସହୁଛନ୍ତି । 

ଜନୈକ ଅର୍ଥନୀତିଜ୍ଞ କହିଛନ୍ତି, ଏହା ଏଭଳି ଏକ ର୍ଥ ସମସ୍ୟା ଯାହା ଘଟିବାକୁ ବାଧ୍ୟ ।  ଇଏମଆଇ ଦେଇ ଦେଇ ସେମାନେ ଦେବାଳିଆ ହେଉଛନ୍ତି। ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି । ତେଣୁ ଇଏମଆଇରେ ଜିନିଷ କିଣିବା ପୂର୍ବରୁ ନିଜ ଦରମା ଏବଂ ସଞ୍ଚୟ ଉପରେ ଗୁରୁତ୍ବ ଦେବାକୁ ଅର୍ଥନୀତିଜ୍ଞ କହିଛନ୍ତି ।