ପ୍ରିୟ ଭାଇ, ମୋର ପ୍ରଣାମ ନେବୁ, ଆଶା କରୁଛି ଭଲରେ ଥିବୁ...
ରାଖୀ ବନ୍ଧନର ଏହି ପବିତ୍ର ଅବସରରେ, ମୋର ସ୍ନେହ ଆଉ ସମ୍ମାନ ଗ୍ରହଣ କରିବୁ । ଯେତେବେଳେ ମୁଁ ଏଠି ତୋ ହାତରେ ରାଖୀ ବାନ୍ଧିବାକୁ ପ୍ରସ୍ତୁତ ହେଉଛି, ମନେ ମନେ ସେହି ଦୃଶ୍ୟକୁ କଳ୍ପନା କରୁଛି ଯେଉଁଠି ତୁ ଆମ ଦେଶ ମାତୃକାର ସୁରକ୍ଷା ପାଇଁ ସୀମାରେ ଦୃଢ଼ ଭାବରେ ଠିଆ ହୋଇଛୁ । ତୋ ତ୍ୟାଗ ଆଗରେ ମୋର ଏହି ରାଖୀ ସୂତାଟି ବହୁତ ଛୋଟ, ତଥାପି ଏଥିରେ ମୋର ସମସ୍ତ ଭଲପାଇବା, ପ୍ରାର୍ଥନା ଆଉ ଆଶୀର୍ବାଦ ଭରି ରହିଛି ।
ଆଜି ଯେତେବେଳେ ସାରା ଦେଶ ଏହି ପର୍ବକୁ ନିଜ ପରିବାର ସହ ପାଳନ କରୁଛି, ତୁ ଆମ ସମସ୍ତଙ୍କ ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ଅଛୁ । ତୋର ଏହି ବଳିଦାନ ଆମକୁ ପ୍ରତି ମୁହୂର୍ତ୍ତରେ ଗର୍ବିତ କରେ । ତୋ ହାତରେ ରାଖୀ ବାନ୍ଧି ନ ପାରିଲେ ବି ମୋର ଶୁଭକାମନା ସବୁବେଳେ ତୋ ସହିତ ଅଛି ।
ମନେପଡେ ସେହି ପିଲାଦିନର କଥା, ଯେତେବେଳେ ରାଖୀ ପୂର୍ଣ୍ଣିମା ଦିନ ସକାଳୁ ଉଠି ତୋ ପାଇଁ ରାଖୀ, ମିଠା ସଜାଡ଼ି ରଖୁଥିଲି । ତୁ ମୋତେ ଚିଡ଼ାଇବାକୁ ଯେତେ ଚେଷ୍ଟା କଲେ ବି ଶେଷରେ ମୋ ହାତରୁ ରାଖୀ ବାନ୍ଧି ମୋତେ ଉପହାର ଦେଉଥିଲୁ । ଆଜି ସେହି ସ୍ମୃତି ସବୁ ମନେପଡ଼ି ଆଖିରେ ଲୁହ ଆସିଯାଉଛି । କିନ୍ତୁ ଯେତେବେଳେ ଭାବେ ଯେ ମୋ ଭାଇ କେବଳ ମୋର ନୁହେଁ, ବରଂ ସମଗ୍ର ଦେଶର ଭଉଣୀମାନଙ୍କର ସୁରକ୍ଷା କବଚ ପାଲଟିଛି, ସେତେବେଳେ ଛାତି କୁଣ୍ଡେମୋଟ ହୋଇଯାଏ ।
ଭାଇ ତୁ ଦୂରରେ ରହୁଛୁ ବର୍ଷକୁ ଥରେ ଘରକୁ ଆସୁଛୁ । ହେଲେ ପ୍ରତ୍ୟେକ ରାଖୀରେ ତୋତେ ମୁଁ ଝୁରେ । ତୋ ହାତରେ ରାଖୀ ବାନ୍ଧିବାକୁ ମୁଁ ଘରେ ଅଳି କରେ । ରାଖୀ ସହ ଆଜି ମୁଁ ତୋ ପାଇଁ ଛୋଟ କବିତା ଲେଖିଛି ।
ସୀମାରେ ତୁ ପହରା ଦେଉ,
ଆମ ପାଇଁ ନିଜ ଜୀବନ ବାଜି ଲଗାଉ,
ତୋ ହାତରେ ନାହିଁ ଆଜି ମୋ ରାଖୀ,
ହେଲେ ମୋ ଆଶୀର୍ବାଦ ଅଛି ତୋ ପାଇଁ ସାକ୍ଷୀ।
ଦେଶର ଅଗଣିତ ଭଉଣୀମାନଙ୍କ ପକ୍ଷରୁ ମଧ୍ୟ ତୋତେ ରାଖୀର ଅନେକ ଅନେକ ଶୁଭେଚ୍ଛା । ତୁମେମାନେ ଅଛ ବୋଲି ଆମେ ଏଠି ନିଶ୍ଚିନ୍ତରେ ନିଶ୍ୱାସ ନେଉଛୁ । ତୁମର ସାହସ, ସମର୍ପଣ ଏବଂ ଦେଶପ୍ରେମକୁ ଆମର ଶତ ଶତ ପ୍ରଣାମ । ଏହି ରାଖୀ ପୂର୍ଣ୍ଣିମାରେ ଆମେ ସମସ୍ତେ ମିଶି ତୁମର ଦୀର୍ଘାୟୁ ଓ କୁଶଳ ମଙ୍ଗଳ କାମନା କରୁଛୁ ।
ଜୟ ହିନ୍ଦ!
ଇତି
ତୋ ସୁନା ଭଉଣୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/08/09/67-2025-08-09-08-27-22.jpg)