କନକ ବ୍ୟୁରୋ: ସରପଞ୍ଚଙ୍କୁ ମାଡ଼ , ଥାନାରେ ପହଞ୍ଚିଲା ମାମଲା । ଗଞ୍ଜାମ ବୁଗୁଡା ମୋଟାବାଡି ଝାଞ୍ଜିରି ଗାଡିଆ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ରାଜନୈତିକ ଆକ୍ରୋଶ କାରଣରୁ ସରପଞ୍ଚ ପିଣ୍ଟୁ ସେଠୀଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଏନଆରଇଜିଏସରେ ରାସ୍ତାକାମ ତଦାରଖ କରିବାକୁ ଯାଇଥିବା ବେଳେ ପିଣ୍ଟୁଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେବା ପରେ ବୁଗୁଡ଼ା ଥାନାରେ ସରପଞ୍ଚଙ୍କ ପକ୍ଷରୁ ଏତଲା ଦାୟର କରାଯାଇଛି, ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ । ନିଜ ତଥା ନିଜ ପରିବାରକୁ ଅସୁରକ୍ଷିତ ମଣି ପ୍ରଶାସନ ପକ୍ଷରୁ ସୁରକ୍ଷା ଲୋଡ଼ିଛନ୍ତି ସରପଞ୍ଚ ପିଣ୍ଟୁ ସେଠୀ।