କନକ ବ୍ୟୁରୋ: ଲଗାଣ ବର୍ଷାରେ ବସ୍ତିରେ ପଶିଲା ପାଣି, ସ୍କୁଲରେ ଆଶ୍ରୟ ନେଲେ ସ୍ଥାନୀୟ ଅଞ୍ଚଳବାସୀ । ରାଉରକେଲାରେ ଲଗାଣ ବର୍ଷା ପରେ ପାନପୋଷ, ବାଲୁଘାଟ ଓ ସର୍ଦ୍ଦାର ବସ୍ତି ଅଞ୍ଚଳରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଗତ ୩ଦିନ ଲଗାଣ ବର୍ଷା ପରେ ରାଉରକେଲାର ଏହିସବୁ ଅଞ୍ଚଳର ସ୍ଥିତି ପୂରା ବେହାଲ ହୋଇଛି । ୧୦ରୁ ୧୫ଟି ପରିବାର ପ୍ରଭାବିତ ହୋଇଥିବା ବେଳେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି । ଜଳ ନିଷ୍କାସନ ପାଇଁ ଆର.ଏମ.ସି ପକ୍ଷରୁ ଉଦ୍ୟମ ଜାରି ରହିଛି । ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ବାଲୁଘାଟ ଅଞ୍ଚଳରେ ଏଭଳି ପ୍ରତ୍ୟେକ ବର୍ଷ ସମସ୍ୟା ଦେଖିବାକୁ ମିଳୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ପ୍ରଭାବିତ ପରିବାର ଦାବି କରିଛନ୍ତି ।
ରାଉରକେଲାର ବିଭିନ୍ନ ବସ୍ତିରେ ପଶିଲା ବର୍ଷା ପାଣି; ସ୍କୁଲରେ ଆଶ୍ରୟ ନେଇଛନ୍ତି ଅଞ୍ଚଳବାସୀ
ଗତ ୩ଦିନ ଲଗାଣ ବର୍ଷା ପରେ ରାଉରକେଲାର ଏହିସବୁ ଅଞ୍ଚଳର ସ୍ଥିତି ପୂରା ବେହାଲ ହୋଇଛି ।
/kanak/media/media_files/2025/06/20/44r-2025-06-20-12-11-55.jpg)