କନକ ବ୍ୟୁରୋ : ପାକିସ୍ତାନ ଗୁଇନ୍ଦା ଲିଙ୍କ ଘଟଣାରେ ଶେଷରେ ମୁହଁ ଖୋଲିଲେ ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି । ଫେସବୁକ୍ରେ ଏକ ଭିଡିଓ ପୋଷ୍ଟ କରି ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କର ଖୁଲାସା କରିଛନ୍ତି । ଜ୍ୟୋତି ମଲହୋତ୍ରାଙ୍କ ସହ ଲିଙ୍କ୍ ଅଭିଯୋଗରେ ଏନଆଇଏ ଘଟଣାର ତଦନ୍ତ କରୁଛି । ତେବେ ଏହି ଘଟଣାରେ ପ୍ରିୟଙ୍କା ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହିତ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି । ସେ ସ୍ପନସର ଟ୍ରିପରେ ପାକିସ୍ତାନ ଯାଇଥିଲେ । ଜ୍ୟୋତି ମଲହୋତ୍ରାଙ୍କ ସହ ପାକିସ୍ତାନର କରତାରପୁର ଯାଇନଥିଲେ ବୋଲି କହିଛନ୍ତି । ଗଣମାଧ୍ୟମ ଉପରେ ସବୁ ଦୋଷ ଝାଡ଼ିଛନ୍ତି ପ୍ରିୟଙ୍କା । ମିଡିଆ କେବଳ ନିଜର ଟିଆରପି ପାଇଁ ଏସବୁ ମୋ ବିରୋଧରେ ଚଲାଇଛି ବୋଲି କହିଛନ୍ତି ।
ଇନଷ୍ଟାଗ୍ରାମ୍ ଓ ୟୁଟ୍ୟୁବରୁ ଜ୍ୟୋତିଙ୍କ ସହ ସମ୍ପର୍କ ହୋଇଥିଲା । ସେ ଏକ କମ୍ପାନୀର ପ୍ରମୋସନ୍ ପାଇଁ ପୁରୀ ଆସିଥିବା ବେଳେ ଘନିଷ୍ଠତା ବଢିଥିଲା । ଯେହେତୁ ମୁଁ ପୁରୀ ଝିଅ, ତାଙ୍କ ସହିତ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଓ ଚିଲିକା ଯାଇଥିଲି । ମୋ ପାଇଁ କେହି ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି, କିନ୍ତୁ ମିଡିଆ ମୋ ବିନା ଅନୁମତିରେ ମୋ ଫଟୋ ନେଇ ନ୍ୟୁଜ ଦେଖାଉଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ସେନାପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/14/priyanka-2025-07-14-10-29-16.jpg)