Bikram Photograph: (Kanak News)
କନକ ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମାତ୍ର ୭୪ ଦିନରେ ପ୍ରାଥମିକ ଚାର୍ଜସିଟ୍ ଦେଇଛି ପୁଲିସ । ହେଲେ ୩୦ହଜାର ପୃଷ୍ଠାର ଏହି ଚାର୍ଜସିଟରେ କ’ଣ ରହିଛି ତାକୁ ନେଇ ବଢ଼ିଛି ଉତ୍କଣ୍ଠା । ୧୬ ଅଭିଯୁକ୍ତଙ୍କ ଭିତରେ ଥିବା ଇଣ୍ଟରଲିଙ୍କ ଓ ଷଡ଼୍ଯନ୍ତ୍ରଙ୍କୁ ଖୋଜିବାକୁ ନାକେଦମ ହୋଇଛି ପୁଲିସ । ଶେଷରେ ୬ ମାସର କଲ୍ ଡିଟେଲ୍ସ ରିପୋର୍ଟ ଓ ଲୋକେସନ୍ ରେକର୍ଡ ସହ ବ୍ୟାଙ୍କ ଷ୍ଟେଟମେଣ୍ଟକୁ ଚାର୍ଜସିଟ୍ରେ ଯୋଡ଼ାଯାଇଛି । ଯାହା ବିହାରୀ ସୁଟରଙ୍କୁ ଡାକିବା ଠାରୁ ପୀତବାସଙ୍କୁ ସ୍ଥାନୀୟ ଅପରାଧୀ ଗୁଳି କରିବା ପର୍ଯ୍ୟନ୍ତ ରହସ୍ୟକୁ ଭେଦିବ ବୋଲି ପୁଲିସ ଆଶାବାଦୀ । ସେପଟେ ପୀତବାସଙ୍କ ପରିବାର କହିଛନ୍ତି, ଆଇନ ଉପରେ ଭରସା ଅଛି, ନ୍ୟାୟ ନିଶ୍ଚିତ ମିଳିବ ।
ବିମାନରେ ‘ପାୱାର ବ୍ୟାଙ୍କ’ ମନା: ଯାତ୍ରା ବେଳେ ଯଦି ପାଖରୁ ବାହାରେ ପାୱାର ବ୍ୟାଙ୍କ, ତାହେଲେ...
ଖୋଲା ରହିଲା ତଦନ୍ତ ପ୍ରକ୍ରିୟା
ପୁଲିସ ସ୍କାନରରେ ବିକ୍ରମଙ୍କ ସହଯୋଗୀ
ଆଗକୁ ପଡ଼ିବ କି ଆଉ କାହା ପାଳି?
ଏସ୍ଡିଜେଏମ୍ କୋର୍ଟରୁ ଜିଲ୍ଲା କୋର୍ଟରୁ ଫାଇଲ୍ ଯିବା ପରେ ତାହା ପୁଣି ତୃତୀୟ ଏଡିଜେ କୋର୍ଟକୁ ଯାଇପାରେ । ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ତନ ତନ କରି ଯାଞ୍ଚ ପରେ ଆରମ୍ଭ ହେବ ଜବାବସୁଆଲ । ତେବେ ଜଣେ ଆଇନଜୀବୀ ଓ ୨ କର୍ପୋରେଟରଙ୍କ ଉପରେ ପୁଲିସ ଆଖି ପକାଇଥିବା ଚର୍ଚ୍ଚା ହେଉଛି । ତଦନ୍ତ ପ୍ରକ୍ରିୟା ଖୋଲା ରଖିଥିବାରୁ ସମସ୍ତଙ୍କ ଛାତି ଏବେ ଧଡ଼ଧଡ଼ । ପ୍ରଶ୍ନ ଉଠୁଛି, ଷଡ଼୍ଯନ୍ତ୍ର ପ୍ରମାଣିତ କରିପାରିବ ତ ପୁଲିସ? ଚାର୍ଜସିଟ୍ ତଥ୍ୟ ବଦଳାଇ ଦେବ କି ମାମଲାର ମୋଡ଼? ଗିରଫ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଅଡ଼ୁଆ ବଢ଼ିବ କି?
Follow Us