କନକ ବ୍ୟୁରୋ :ସୁରକ୍ଷା ବଳୟ ଭିତରେ ଯାଉଛି ତେଲ ଟ୍ୟାଙ୍କର । ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ତେଲ ଗାଡ଼ିକୁ ସୁରକ୍ଷା ଦେଇ ନେଉଛି ପୁଲିସ । ମୟୂରଭଞ୍ଜ ବେତନଟୀ ଓ ବଡ଼ସାହି ଅଞ୍ଚଳରେ ବିଭିନ୍ନ ଟାଙ୍କିକୁ ପୁଲିସ ସୁରକ୍ଷାରେ ଆସିଲା ତେଲ ଟ୍ୟାଙ୍କର । ପୁଲିସ ଗାଡ଼ି ତେଲ ଟ୍ୟାଙ୍କରକୁ ଏସକର୍ଟ କରି ନେଉଛି । ବୈଶିଙ୍ଗା ଓ ବେତନଟୀ ପୁଲିସ ସୁରକ୍ଷା ବଳୟ ଭିତରେ ୧୩ଟି ତେଲ ଟ୍ୟାଙ୍କର ବାଲେଶ୍ୱର ସ୍ଥିତ ସୋମନାଥପୁର ଡିପୋରୁ ବାହାରି ବଡ଼ସାହି ଓ ବେତନଟୀ ଅଞ୍ଚଳର ବିଭିନ୍ନ ଟାଙ୍କିକୁ ନେଇଛନ୍ତି । ଆନ୍ଦୋଳନରତ ଡ୍ରାଇଭର ତେଲ ଟ୍ୟାଙ୍କରକୁ ଅଟକାଉ ଥିବାରୁ ପୁଲିସ ସୁରକ୍ଷା ଭିତରେ ପେଟ୍ରୋଲ ପମ୍ପକୁ ଆସିଛି ତେଲଗାଡି ।
ବାଲେଶ୍ବର ସୋରରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି । ସୋମନାଥପୁର ଡିପୋରୁ ୮ଟି ପେଟ୍ରୋଲ ଗାଡ଼ି ପୁଲିସ ସୁରକ୍ଷା ଭିତରେ ଆସିଛି । ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଧର୍ମଘଟ କରିଥିବାରୁ କେତେକ ସ୍ଥାନରେ ପେଟ୍ରୋଲ ନଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶ କ୍ରମେ ୮ଟି ପେଟ୍ରୋଲ ଗାଡି କଡ଼ା ସୁରକ୍ଷା ବଳୟରେ ଭଦ୍ରକ, କେନ୍ଦୁଝର, ଚାନ୍ଦବାଲି ସହ ଅନ୍ୟାନ୍ୟ ସ୍ଥାନକୁ ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/10/ghdhfd-2025-07-10-14-23-44.jpg)