କନକ ବ୍ୟୁରୋ: ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ । ସଅଳ ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଥିବା ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ । ଆସନ୍ତା ଜୁନ୍ ୨୩ ତାରିଖରେ ହୋଇଥା’ନ୍ତା ପଞ୍ଚାୟତ ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିସନ ତରଫରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦ ଜିଲ୍ଲାର ୪୩ ସରପଞ୍ଚ, ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ଓ ୨୨ ଜିଲ୍ଲାର ୨୭୨ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହୋଇଥା’ନ୍ତା । ଏପରିକି ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି କରାଯାଇଥା’ନ୍ତା । ତେବେ ଜାରି ହୋଇଥିବା ବିଜ୍ଞପ୍ତି ରଦ୍ଦ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ଆଉ ଥରେ ତାରିଖ ଘୋଷଣା କରାଯିବ । ଏନେଇ ରାଜ୍ୟ ନିର୍ବାଚନ କମିସନ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ ।
ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ, ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ...
/kanak/media/media_files/2025/05/21/QMk4FZvnYovHsoIudgB7.jpg)