ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବାହାରିବକି କେଳେଙ୍କାରୀ ସତ

Advertisment

ଆଜି ଓ ଆସନ୍ତାକାଲି ଦୁଇ ଦିନ ଜେରା କରାଯିବ । ଏହାପରେ କୋର୍ଟରେ ଉଭୟଙ୍କୁ ହାଜର କରିବ କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ବର୍ତ୍ତମାନ ସୁଦ୍ଧା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି ।

ଆଜି ଓ ଆସନ୍ତାକାଲି ଦୁଇ ଦିନ ଜେରା କରାଯିବ । ଏହାପରେ କୋର୍ଟରେ ଉଭୟଙ୍କୁ ହାଜର କରିବ କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ବର୍ତ୍ତମାନ ସୁଦ୍ଧା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି ।

18

କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଜିଠୁ ରିମାଣ୍ଡ । ବୋର୍ଡ କର୍ମଚାରୀ ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଅବସରପ୍ରାପ୍ତ ଶିକ୍ଷକ ବିଜୟ ମିଶ୍ରଙ୍କ ଦୁଇ ଦିନିଆ ରିମାଣ୍ଡ ଆରମ୍ଭ ହୋଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଜେରା କରାଯିବ । ଏହାପରେ କୋର୍ଟରେ ଉଭୟଙ୍କୁ ହାଜର କରିବ କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ବର୍ତ୍ତମାନ ସୁଦ୍ଧା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ଜିତନ୍ ମହାରଣା ଓ ବିଜୟ ମିଶ୍ରଙ୍କ ଭୂମିକା ସକ୍ରିୟ ରହିଥିଲା ।  ଉଭୟଙ୍କ ମଧ୍ୟରେ ପ୍ରଶ୍ନପତ୍ର ଲିକ୍ ନେଇ ଆର୍ଥିକ କାରବାର ହୋଇଥିବାର ମଧ୍ୟ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ଦୁଇଦିନିଆ ରିମାଣ୍ଡ ଅବଧି ବେଳେ ଏନେଇ କ୍ରାଇମବ୍ରାଞ୍ଚ ଅଧିକାରୀ ଅଧିକ ପଚରାଉଚରା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe