କନକ ବ୍ୟୁରୋ : ସମ୍ବଲପୁରରେ ମାଆ ସମଲେଇଙ୍କ  ମନ୍ଦିର ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ସ୍ବତନ୍ତ୍ର ଆପ୍ । ଏଚଡିଏଫସି ବ୍ୟାଙ୍କ ସହାୟତାରେ ଏହି ଆପ୍ ତିଆରି ଚାଲିଛି । ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଆପରେ ପୂର୍ବରୁ ଧାଡ଼ି ଦର୍ଶନ, ଭୋଗ ଓ ଯାତ୍ରୀ ନିବାସ ପାଇଁ ବୁକିଂ କରି ପାରିବେ । କ୍ୟୁଆର ମାଧ୍ୟମରେ ମନ୍ଦିରକୁ ଭକ୍ତ ଅର୍ଥଦାନ କରିବା ମଧ୍ୟ  ସହଜ ହେବ । ଏଥିପାଇଁ ମଧ୍ୟ ଏଚଡିଏଫସି ବ୍ୟାଙ୍କ ସହ କଥାବାର୍ତ୍ତା ସରିଛି । ଆପ୍ ତିଆରି ଚାଲିଥିବା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି କହିଛନ୍ତି ।  

Advertisment

ପୂର୍ବରୁ କୋରାପୁଟ ଜଗନ୍ନାଥ ମନ୍ଦିର ଓ ଇସ୍କନ ମନ୍ଦିର ପାଇଁ ଅନଲାଇନ ଆପ୍ କାର୍ଯ୍ୟକାରୀ ହୋଇଛି । ଯାହା ଶୃଙ୍ଖଳିତ ଦର୍ଶନ ସହ ଆନୁଷଙ୍ଗିନ ସେବା ଯୋଗାଇବାରେ ସଫଳ ହୋଇଛି । ଆଗକୁ  ସମଲେଇ ମନ୍ଦିର ଯୋଡ଼ି ହେବ । ଏହା ସହ ସ୍ବତନ୍ତ୍ର ପୂଜା ପାଇଁ ମଧ୍ୟ ଆପରେ ବୁକିଂ କରିବା ସହ ଭକ୍ତମାନେ ସମସ୍ତ ତଥ୍ୟ ପାଇ ପାରିବେ ।  ଆପ୍ ଯୋଗେ ମାଆ ସମଲେଇଙ୍କ ପ୍ରଚାର ପ୍ରସାର ଓ ଭକ୍ତଙ୍କ ପାଇଁ ଦର୍ଶନ, ଭୋଗ ପାଇବା ଏବଂ ରହଣି ଲାଗି ଆଗୁଆ ବୁକିଂ ସହଜ ହେବ ।