Balasore issue : ଏଣିକି ଆଧାର କାର୍ଡ ଦେଖାଇଲେ ମିଳିବ ପେଟ୍ରୋଲ୍‌ ?

ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଘଟଣାକୁ ନେଇ ପେଟ୍ରୋଲ ଡିଲର ସଂଘ ଲୋକଙ୍କୁ ଆଉ ବୋତଲରେ ପେଟ୍ରୋଲ ନଦେବାକୁ ନିଷ୍ପତ୍ତି ନେଇଛି । ସଂଘର ନିଷ୍ପତ୍ତି ଅନୁସାରେ  ବୋତଲରେ ଆଉ ପେଟ୍ରୋଲ ମିଳିପାରିବ ନାହିଁ

Adhar Card Petrol

Adhar Card Petrol Photograph: (Kanak News)

କନକ ବ୍ୟୁରୋ: ବାଲେଶ୍ୱର ଘଟଣା ପରେ ପେଟ୍ରୋଲ୍‌କୁ ନେଇ ସବୁଠି ଚର୍ଚ୍ଚା । ପେଟ୍ରୋଲ୍‌ କେମିତି ବିକ୍ରି ହେବ ସେନେଇ ନୂଆ ଗାଇଡ୍‌ଲାଇନ୍‌ ଆସିବ ବୋଲି ଚର୍ଚ୍ଚା ହେଉଥିଲା । ଖାସ୍‌ କରି ଏଫ୍‌ଏମ୍‌ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣା ପରେ ପୂରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଖାଲି ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କେମିତି ଜଣେ ଛାତ୍ରୀ କଲେଜ୍‌ କ୍ୟାମ୍ପସକୁ ପେଟ୍ରୋଲ୍‌ ନେଲେ ଓ କେମିତି ବୋତଲରେ ପେଟ୍ରୋଲ୍‌ ପମ୍ପରୁ ପେଟ୍ରୋଲ୍‌ ଆଣିଲେ ତାହାକୁ ବି ତଦନ୍ତ ଚାଲିଛି । ଏହାରି ଭିତରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ କହିଛନ୍ତି, ଏଣିକି ପେଟ୍ରୋଲ୍‌ ନେବାକୁ ହେଲେ ସାଙ୍ଗରେ ଗାଡ଼ି ନେଇକି ଆସିବାକୁ ପଡ଼ିବ । 

ଆଉ ବୋତଲରେ ମିଳିବନି ପେଟ୍ରୋଲ୍‌
ବାଲେଶ୍ୱର ଘଟଣା ପରେ ଚେତିଲେ
ମନ୍ତ୍ରୀ ଡାକିଲେ ଜରୁରୀ ବୈଠକ
ପେଟ୍ରୋଲ୍‌ ନେବ ତ ଗାଡ଼ି ସାଙ୍ଗରେ ନେଇକି ଆସ
ବିନା ଗାଡ଼ିରେ ଆଉ ମିଳିବନି ପେଟ୍ରୋଲ୍‌

ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଘଟଣାକୁ ନେଇ ପେଟ୍ରୋଲ ଡିଲର ସଂଘ ଲୋକଙ୍କୁ ଆଉ ବୋତଲରେ ପେଟ୍ରୋଲ ନଦେବାକୁ ନିଷ୍ପତ୍ତି ନେଇଛି । ସଂଘର ନିଷ୍ପତ୍ତି ଅନୁସାରେ  ବୋତଲରେ ଆଉ ପେଟ୍ରୋଲ ମିଳିପାରିବ ନାହିଁ । ଯେଉଁମାନେ ପେଟ୍ରୋଲ୍‌ ନେବେ ସେମାନେ ସାଙ୍ଗରେ ଗାଡ଼ି ନେଇକି ଆସିବାକୁ ପଡ଼ିବ । ହେଲେ ଏହାକୁ ନେଇ ଏବେ ଚିନ୍ତାରେ ଅନେକ । ସାଧାରଣ ଭାବରେ ମଟର ପମ୍ପ, ଡଙ୍ଗା ଓ ଜେନେରେଟରରେ ପେଟ୍ରୋଲ୍‌ ବ୍ୟବହାର ହୁଏ । ଯଦି ପମ୍ପ କର୍ମଚାରୀମାନେ ପେଟ୍ରୋଲ୍‌ ନଦେବେ ତେବେ ଏହି ସବୁ ମେସିନ୍‌ କେମିତି ଚାଲିବ ତାହାକୁ ନେଇ ବି ପ୍ରଶ୍ନ ଉଙ୍କି ମାରୁଛି ।  ସେପଟେ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଯୋଗାଣ ମନ୍ତ୍ରୀ ଲୋକସେବା ଭବନରେ ବୈଠକ ଡାକିଥିଲେ । 

ପେଟ୍ରୋଲ୍‌ ନେବାକୁ ହେଲେ 
ଆଧାରକାର୍ଡ ଦେବାକୁ ପଡ଼ିବ
ଦୁର୍ଘଟଣା ରୋକିବାକୁ ନିଆଯିବ ନିଷ୍ପତ୍ତି

ଅନେକ ସମୟରେ ଦେଖାଯାଉଛି କି ପେଟ୍ରୋଲ୍‌ ପମ୍ପରୁ ପେଟ୍ରୋଲ୍‌ ନେଇ ଆତ୍ମାହୁତି ଦେଉଛନ୍ତି । ଖାସ୍‌ କରି ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା ଘଟିବା ପରେ ସଚେତନ ହେଲେ ପେଟ୍ରୋଲ୍ ଆସେସିଏସନ୍‌ । ସେଇଥି ଲାଗି ତ ଖାଲି ବୋତଲରେ ଆଉ ପେଟ୍ରୋଲ୍‌ ନଦେବାକୁ ଦାବି କରାଯାଇଛି । ତେବେ ଯେଉଁମାନେ ବୋତଲରେ ପେଟ୍ରୋଲ୍‌ ନେବାକୁ ଚାହିବେ ସେମାନେ ଆଧାରକାର୍ଡ କପି ଦେବେ ବୋଲି କୁହାଯାଉଛି । ସେପଟେ,ଯୋଗାଣ ମନ୍ତ୍ରୀ ଡାକିଥିବା ବୈଠକରେ ନିଷ୍ପତ୍ତି ହୋଇଛି କି, ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମିଳିବ ନାହିଁ ହେଲେ କାଚ ବୋତଲରେ ପେଟ୍ରୋଲ ମିଳିବ  । ପେଟ୍ରୋଲିୟମ ନିୟମ ଅନୁଯାଯୀ ସବୁ ହେବ । ଖାଲି ଏତିକି ନୁହେଁ ବରଂ ଯେଉଁମାନେ ରାସ୍ତା କଡରେ ପେଟ୍ରୋଲ ପ୍ଲାଷ୍ଟିକ ବୋତଲରେ ବିକ୍ରି କରିବେ ସେମାଙ୍କ ବିରୋଧରେ ବି ଆକ୍ସନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe