ନିଶ୍ଚୟତା ୨୦୨୪ : ଶାନ୍ତି ଓ ସମନ୍ଵୟ ଉପରେ ରାଜ୍ୟସ୍ତରୀୟ ଶିଶୁ ଏବଂ କିଶୋର ସମ୍ମିଳନୀ ଅନୁଷ୍ଠିତ

Advertisment

ବାହଶ ଭବନ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ଭୁବନେଶ୍ବର ସ୍ଥାନୀୟ ଆଧ୍ୟାତ୍ମିକ ସଭା ଦ୍ବାରା ନିଶ୍ଚୟତା ୨୦୨୪ ନାମକ ଶାନ୍ତି ଓ ସମନ୍ୱୟର ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବାହଶ ଭବନ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ଭୁବନେଶ୍ବର ସ୍ଥାନୀୟ ଆଧ୍ୟାତ୍ମିକ ସଭା ଦ୍ବାରା ନିଶ୍ଚୟତା ୨୦୨୪ ନାମକ ଶାନ୍ତି ଓ ସମନ୍ୱୟର ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

WhatsApp Image 2024-09-24 at 10.30.43 AM (1)

କନକ ବ୍ୟୁରୋ : ବାହଶ ଭବନ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ଭୁବନେଶ୍ବର ସ୍ଥାନୀୟ ଆଧ୍ୟାତ୍ମିକ ସଭା ଦ୍ବାରା ନିଶ୍ଚୟତା ୨୦୨୪ ନାମକ ଶାନ୍ତି ଓ ସମନ୍ୱୟର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧୂକ କିଶୋର, ଶିଶୁ ଏବଂ ଅଭିଭାବକମାନେ ସହରର ବିଭିନ୍ନ ଅଞ୍ଚଳରୁ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମର ଶିକ୍ଷାର୍ଥୀ ବାହିନୀ(ଏନସିସି)ର ଓଡିଶା ପ୍ରଦେଶ ନିର୍ଦ୍ଦେଶକ କର୍ଣ୍ଣଲ ସାଗର ମହାନ୍ତି, ଶାନ୍ତି ସୃଷ୍ଟିରେ ଶିଶୁ ଏବଂ କିଶୋରମାନଙ୍କର ଭୂମିକା ଉପରେ ଗୁରୁତ୍ଵ ଦେଇଥିଲେ । ସେ ଶୃଙ୍ଖଳାକୁ ଶାନ୍ତିପୂର୍ଣ୍ଣ ସମାଜ ଗଢ଼ିବାର ମୂଳ ଆଧାର ଭାବେ ଆଲୋକପାତ କରିଥିଲେ ।
ଏହି ସମ୍ମିଳନୀଟିରେ ଏନସିସି : ସମର ଶିକ୍ଷାର୍ଥୀ ବାହିନୀ ଓଡିଶାର ନିର୍ଦ୍ଦେଶକ କର୍ଣ୍ଣର ସାଗର ମହାନ୍ତି ମୁଖ୍ୟ ଅତିଥି ଭାବରେ ଅଂଶ ଗ୍ରହଣ କରିଥିଲେ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଶୃଙ୍ଖଳାର ପ୍ରମୁଖ ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ । ବିଶେଷକରି କିଶୋରମାନଙ୍କ ମଧ୍ୟରେ ଶୃଙ୍ଖଳାର ଅନୁପ୍ରବେଶ କିପରି ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ମୂଳଦୁଆ ଭାବରେ କାର୍ୟ୍ୟ କରେ ସେ ଉପସ୍ଥାପନା କରିଥିଲେ ।

କାର୍ଯ୍ୟକ୍ରମଟିରେ ମୁଖ୍ୟ ବକ୍ତା ଥୁଲେ କିଶୋର ଶିକ୍ଷା କ୍ଷେତ୍ରରେ ମିଳିତ ଜାତିସଂଘର ଜଣାଶୁଣା ବିଶେଷଜ୍ଞ ଡାକ୍ତର ଚୟନିକା ମିଶ୍ର । ବିଶ୍ବ ଶାନ୍ତି ପ୍ରତିଷ୍ଠା ପାଇଁ କିଶୋରମାନଙ୍କୁ ଶିକ୍ଷିତ କରିବାରେ ବିଶେଷ ଆଭିମୁଖ୍ୟର ଆବଶ୍ୟକତା ଉପରେ ସେ ଏକ ବିବରଣୀ ପ୍ରସ୍ତୁତ କରିଥିଲେ। ତାକୁର ଚୟନିକା କିଶୋର ଏବଂ ଶିଶୁମାନଙ୍କୁ ନିଜ ସମୁଦାୟରେ ଏବଂ ସମଗ୍ର ବିଶ୍ବରେ ସକ୍ରିୟ ଶାନ୍ତି ପ୍ରତିଷ୍ଠାକାରୀ ହେବାକୁ ଉପଦେଶ ଦେଇଥିଲେ ।
ଆଡ଼ଭୋକେଟ ସଂଗ୍ରାମ ସ୍ବାଇଁଙ୍କ ଦ୍ବାରା ଶିଶୁ ଏବଂ କିଶୋର ସମ୍ପର୍କିତ ଏକ ଉଲ୍ଲେଖନୀୟ ଉପସ୍ଥାପନା କରାଯାଇଥିଲା । ସେ ବିଭିନ୍ନ ଶିକ୍ଷାଗତ ତଥା ସମୁଦାୟ ଭିତ୍ତିକ ପଦକ୍ଷେପ ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ସ୍ଥାନୀୟ ସଭାର ଉଦ୍ୟମକୁ ବର୍ଣ୍ଣନା କରିଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଓଡିଶା ସରକାରଙ୍କ ଉପଦେଷ୍ଟା ଡଃ ସୂର୍ଯ୍ୟ ପ୍ରକାଶ ଦାସ ଏହି ସମ୍ମିଳନୀ ପଛରେ ଥିବା ଦୃଷ୍ଟିକୋଣ ସମ୍ପର୍କରେ ଅବଗତ କରାଇବା ସହିତ ଅତିଥୁ ପରିଚୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମଟିରେ ଅଂଶଗ୍ରହଣକାରୀ କିଶୋର ଏବଂ ଶିଶୁମାନଙ୍କ ଦ୍ବାରା ବିଭିନ୍ନ କଳାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯେଉଁମାନେ ନୃତ୍ୟ, ସଙ୍ଗୀତ ଏବଂ ନାଟକ ମାଧ୍ୟମରେ ଶାନ୍ତିର ସୃଜନଶୀଳତା ପରିପ୍ରକାଶ କରିଥିଲେ । ସମାରୋହଟିରେ ସ୍ବେଛାସେବୀ ଶିକ୍ଷକ ଏବଂ ଅନୁପ୍ରେରକ ମାନଙ୍କୁ ଶାନ୍ତି ଉଦ୍ଦେଶ୍ୟରେ ସାମାଜିକ ଶିକ୍ଷା ନିମନ୍ତେ ସମ୍ବଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ପକ୍ଷରୁ ପ୍ରଫେସର ଶଶିକାନ୍ତ ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ । ନିଶ୍ଚୟତା ୨୦୨୪ ସଫଳତାର ସହିତ ପରିସମାପ୍ତି ହୋଇଥିଲା । ଯାହା ନିଶ୍ଚିତ ଭାବରେ କିଶୋର ଏବଂ ଶିଶୁମାନଙ୍କୁ ଶାନ୍ତି ଓ ସମନ୍ଵୟ ଦିଗରେ ଅନୁପ୍ରାଣିତ କରିପାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe