ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗଦିବସର ଅବଗଣନା କାର୍ଯ୍ୟକ୍ରମ...

Advertisment

ଚଳିତ ଆୟୋଜନରେ ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ଜଳବାୟୁ କ୍ଷେତ୍ର ଗୁଡ଼ିକ ସହ ଯୋଗର ସମ୍ପୃକ୍ତିକୁ ସର୍ବ ସମ୍ମୁଖକୁ ଆଣିବା ମଧ୍ୟ ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ ।

Updated On

ଚଳିତ ଆୟୋଜନରେ ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ଜଳବାୟୁ କ୍ଷେତ୍ର ଗୁଡ଼ିକ ସହ ଯୋଗର ସମ୍ପୃକ୍ତିକୁ ସର୍ବ ସମ୍ମୁଖକୁ ଆଣିବା ମଧ୍ୟ ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ ।

ଅଦ୍ୟତନ ହୋଇଛି
କ୍କ୍କ

Yoga Photograph: (KanakNews)

କନକ ବ୍ୟୁରୋ: ଆସନ୍ତା ଜୁନ୍ ୨୧ ତାରିଖ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗଦିବସର ଅବ୍ୟବହିତ ପୂର୍ବରୁ ଦେଶବ୍ୟାପୀ ୧୦୦ ଦିନିଆ ଅବଗଣନା କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏକ ବିଶାଳ ‘ଯୋଗୋତ୍ସବ’ରେ ଯୋଗଦେଇ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ନିଜ ଅଭିଭାଷଣରେ କହିଛନ୍ତି କି, ଯୋଗ ହେଉଛି ସମଗ୍ର ମାନବ ସମାଜର ସ୍ୱାସ୍ଥ୍ୟ ସୁରକ୍ଷାକାରୀ । “ଏକ ପୃଥିବୀ ଓ ଏକ ସ୍ୱାସ୍ଥ୍ୟ” ପାଇଁ ଯଦି କାହାର ସର୍ବାଧିକ ଭୂମିକା ଥାଏ, ତେବେ ସିଏ ହେଉଛି ଯୋଗ । ଏହା ସମଗ୍ର ପୃଥିବୀ ଓ ମାନବ ସମାଜର ସାମଗ୍ରିକ ସ୍ୱାସ୍ଥ୍ୟ ନିମନ୍ତେ ନିଶ୍ଚିତ ଭାବରେ ଏକ ଅବ୍ୟର୍ଥ ମହୌଷଧି ।”

ଅନ୍ତର୍ଜାତୀୟ ଯୋଗଦିବସ ୨୦୨୫ ପାଇଁ ଅବଗଣନା କାର୍ଯ୍ୟକ୍ରମ ଅଂଶ ଭାବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଅଧୀନସ୍ଥ ମୋରାରଜୀ ଦେଶାଇ ଜାତୀୟ ଯୋଗ ସଂସ୍ଥା ସହଯୋଗରେ ‘ଯୋଗୋତ୍ସବ’ ନାମକ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଚଳିତ ଆୟୋଜନରେ ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ଜଳବାୟୁ କ୍ଷେତ୍ର ଗୁଡ଼ିକ ସହ ଯୋଗର ସମ୍ପୃକ୍ତିକୁ ସର୍ବ ସମ୍ମୁଖକୁ ଆଣିବା ମଧ୍ୟ ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗର ସହକାରୀ ପ୍ରାଧ୍ୟାପକ  ପିଣ୍ଟୁ ମାହାତୋଙ୍କ ୪୦ ମିନିଟର ଯୋଗ ଅଧିବେଶନରେ ଏନଡିଆରଏଫରୁ ୧୧୦, ସିଆରପିଏଫରୁ ୮୧ ଏବଂ  ସିଆଇଏସଏଫରୁ ୨୧୪ ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ । ଏଥିସହ ଜବାହର ନବୋଦୟ ବିଦ୍ୟାଳୟରୁ ୧୦୭, ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୭୬, ଗୁରୁକୁଳ ଅରିହନ୍ତରୁ ୧୨ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୨୫୫ଜଣଙ୍କୁ ମିଶାଇ ସମୁଦାୟ ୮୦୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ ।

ଯୋଗ ବିଜ୍ଞାନ କାର୍ଯ୍ୟକ୍ରମର ୫ ଜଣ ଶିକ୍ଷାର୍ଥୀ ବିଭିନ୍ନ ଯୋଗମୁଦ୍ରା ପ୍ରଦର୍ଶନ କରିଥିଲେ । ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଧ୍ୟାନ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସମାପନ ହୋଇଥିଲା । ଏଥିରେ ସ୍ୱାମୀ ସତ୍ୟଚୈତନ୍ୟଙ୍କ ସହିତ ଭୁବନେଶ୍ୱରସ୍ଥିତ ସିଆରପିଏଫ୍ ଇନ୍ସପେକ୍ଟର ଶୀତଲ କୁମାର ଘୋଷ, ମୁଣ୍ଡଳିସ୍ଥିତ ଏନଡିଆଏଫ୍ ଇନ୍ସପେକ୍ଟର କେ. ଏସ୍. ଯାଦବ, ସିଆଇଏସ୍ଏଫ୍ ସବ୍ ଇନ୍ସପେକ୍ଟର ଅଲି ଅମଜାଦ୍,  ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ବିଭାଗ ଡିନ୍ ପ୍ରାଧ୍ୟାପକ ଜୟପ୍ରକାଶ ଭଟ୍ଟ, ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗ ଡିନ୍ ପ୍ରାଧ୍ୟାପକ (ଡଃ.) ତୀର୍ଥଙ୍କର ଘୋଷ ଏବଂ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଡିନ୍, ଅଧ୍ୟାପକ, ପ୍ରାଧ୍ୟାପକ, କର୍ମଚାରୀ ଓ ଶିକ୍ଷାର୍ଥୀ ପ୍ରମୁଖ ଉପସ୍ଥିତ ଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe