salia sahi Photograph: (kanaknews)
କନକ ବ୍ୟୁରୋ : ସମୟ ସକାଳ ପ୍ରାୟ ୯ଟା । ସ୍ଥାନ ଭୁବନେଶ୍ବର ସାଲିଆ ସାହି । ଜେସିବି ଏବଂ ପୁଲିସ ଫୋର୍ସ ସହ ଆସି ପହଞ୍ଚିଥିଲେ ବିଏମ୍ସି, ବିଡିଏ ଅଧିକାରୀ । ତୁରନ୍ତ ଘର ଖାଲି କରିବାକୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା ହେଲା । ଆଉ ତା ପରେ ଆରମ୍ଭ ହୋଇଗଲା ଉଚ୍ଛେଦ । ନିମିଷକେ ମାଟିରେ ମିଶିଲା ବେଆଇନ ନିର୍ମାଣ । ସବୁଠୁ ବଡ଼ କଥା ହେଉଛି ଘର ବଞ୍ଚାଇବା ଲାଗି ନିଜ ଜୀବନକୁ ଖାତିର ନକରି ଜେସିବି ଆଗରେ ଶୋଇ ପଡ଼ିଥିଲେ ଲୋକେ । ସେହିପରି ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା, ଘର ଉଚ୍ଛେଦ ବେଳେ ଆଉ ଜଣେ ବସ୍ତି ବାସିନ୍ଦା କୋର୍ଟ ପେପର ଧରି ଘର ନଭାଙ୍ଗିବାକୁ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ଏହାରି ଭିତରେ ପୁଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ୩୦ ଜଣଙ୍କୁ ଉଠାଇ ନେଇଛି ପୁଲିସ ।
କଲବଲ କଲେଜ ପଢ଼ୁଆ ଝିଅର ଜୀବନ; ସ୍ବପ୍ନ ପୂରଣ ପୂର୍ବରୁ ଗୋଡ଼ରେ ପଡ଼ିଛି ଲୁହାର ଶିକୁଳି
କମିସନରେଟ ପୁଲିସର ୧୨ ପ୍ଲାଟୁନ ଫୋର୍ସ ଉପସ୍ଥିତରେ ଉଚ୍ଛେଦ ପ୍ରକ୍ରିୟା ହୋଇଛି । ୪ଟି ଜେସିବି ସହାୟତାରେ ସାଲିଆସାହି ହାତିଆସୁଣୀ ନିକଟରୁ ୩୦ରୁ ଅଧିକ ଘର ଭଙ୍ଗାଯାଇଛି । ଆଗକୁ ମଧ୍ୟ ଏ ଉଚ୍ଛେଦ ଜାରି ରହିବ । ପ୍ରାୟ ୫୧୭ ଘର ଉଛେଦ କରାଯିବାକୁ ଲକ୍ଷ୍ୟ ରହିଛି । ଥଇଥାନ ନକରି ବିଏମ୍ସି ପକ୍ଷରୁ ବେଆଇନ ଭାବେ ଉଚ୍ଛେଦ କରାଯାଉଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଲୋକମାନଙ୍କୁ ଥଇଥାନ କରାଯାଇଛି, ବୁଦ୍ଧବିହାର ସ୍ଥିତ ସରକାରୀ ଆପାର୍ଟମେଂଟରେ ଫ୍ଲାଟ୍ ଦିଆଯାଇଛି ବୋଲି ବିଏମ୍ସି ଅଧିକାରୀ କହିଛନ୍ତି ।
ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଭିଡ଼ କମାଇବା ପାଇଁ ୨୦୧୭ରେ ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା । ଏକାମ୍ର କାନନରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ପର୍ଯ୍ୟନ୍ତ ୧୩ କିଲୋମିଟର ବ୍ୟାପୀ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା । ଏହି ରାସ୍ତା ଦେଇ ସାଲିଆ ସାହି ରହିଥିବାରୁ ରାସ୍ତା କାମରେ ବାଧା ଉପୁଜିଥିଲା । ଏବେ ଉଚ୍ଛେଦ ପରେ ରାସ୍ତା କାମ ସଂପୂର୍ଣ୍ଣ ହେବା ଆଶା କରାଯାଉଛି ।
Follow Us