କନକ ବ୍ୟୁରୋ : ଗତବର୍ଷ ଦେଖିଥିବେ ମାଲକାନଗିରି ଜିଲ୍ଲାର ବନ୍ୟା ବେଳର ଦୃଶ୍ୟ । ଅଳ୍ପ କେଇ ଘଣ୍ଟା ବର୍ଷାରେ ମାଡ଼ିଆସେ ପାଣି । ଆଉ ୩୨୬ ନଂ ଜାତୀୟ ରାଜପଥର ୯ଟି ସ୍ଥାନରେ ଲହଡ଼ି ଭାଙ୍ଗେ ୫ରୁ ୧୦ ଫୁଟ ଉଚ୍ଚର ବନ୍ୟାଜଳ । ତଳିଆ ପୋଲ ପାଇଁ ପ୍ରତିବର୍ଷ ବନ୍ୟା ସହ ଜୁଝୁଛି ମାଲକାନଗିରି । ବିଶେଷ କରି ପାଙ୍ଗାମ, ଅଁଳାଯୋଡ଼ି, ଏମ୍‌ଭି-୭, ଏମ୍‌ଭି-୧୯, ପୋଟେରୁ, କାଙ୍ଗୋରୁକୋଣ୍ଡା, ଏମ୍‌ଭି-୯୦, ଏମ୍‌ଭି-୯୬ ଓ ମହାରାଜପାଲରେ ପାହାଡ଼ି ପାଣି ମାଡ଼ି ଆସେ । ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ତା'ର ସମାଧାନ ପାଇଁ ୯ଟି ହାଇ-ଲେବଲ୍‌ ପୋଲ କାମ ଆରମ୍ଭ କରାଯାଇଥିଲା । ହେଲେ ସବୁ ଅଧପନ୍ତରିଆ ।   

Advertisment

ସରୁଛି ଅବଧି, ସରୁନି କାମ
ଅଧାରୁ କାମ ଛାଡ଼ି କମ୍ପାନୀ ଗାଏବ୍‌
୨୦୨୨ରେ ପ୍ରାୟ ୧୧୬ କୋଟି ଟଙ୍କା ବ୍ୟୟରେ ହାଇ-ଲେବଲ୍‌ ବ୍ରିଜ୍‌ ନିର୍ମାଣ ଆରମ୍ଭ କରିଥିଲା ୨ଟି କମ୍ପାନୀ । ହେଲେ ପାଙ୍ଗାମ, ପୋଟେରୁ, କାଙ୍ଗୋରୁକୋଣ୍ଡା, ଏମ୍‌ଭି-୯୦, ଏମ୍‌ଭି-୯୬ ପୋଲ କାମ ଅଧାରେ ଛାଡ଼ି ଚାଲିଯାଇଛି କମ୍ପାନୀ । ଅନ୍ୟପଟେ ପୁରୁଣା ଟେଣ୍ଡର ବାତିଲ କରାଯାଇ ନୂଆ ଟେଣ୍ଡର ପ୍ରକ୍ରିୟା ଜାରି ରହିଥିବା ଏନ୍‌ଏଚ୍‌ଏ ପକ୍ଷରୁ କୁହାଯାଇଛି । 

ଅନ୍ୟ ୪ଟି ପୋଲ ନିର୍ମାଣ ଅବଧି ଗତ ମେ’ ୨୦ରେ ଶେଷ ହୋଇଥିବା ବେଳେ ଏଯାଏଁ ଅଁଳାଯୋଡ଼ି ଓ ମହାରାଜପାଲି ପୋଲ ଲାଗି ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିନାହିଁ । ଆଉ ଏପଟେ ଏମ୍‌ଭି-୭ ଓ ଏମ୍‌ଭି-୧୯ର କାମ ମନ୍ଥର ଗତିରେ ଚାଲିଛି ।