କନକ ବ୍ୟୁରୋ: ମାହାଙ୍ଗା ଥାନା ଆଗରେ ମୃତଦେହ ରଖି ପ୍ରତିବାଦ ।  ଥାନା ଆଗରେ ଆତ୍ମାଦୂତି ଉଦ୍ୟମ କରି ଏସସିବିରେ ପ୍ରାଣ ହରାଇଥିବା ରଶ୍ମିତା ଦାସଙ୍କ ମୃତଦେହ ରଖି  ପରିବାର ଓ ଗାଁ ଲୋକେ ପ୍ରତିବାଦ କରିଛନ୍ତି । ଆଇଆଇସିଙ୍କୁ ଗିରଫ ଓ ପରିବାରୁ ନ୍ୟାୟ ଦାବିରେ ଏହି ଘେରାଉ କରାଯାଇଛି ।  

Advertisment

ଏହାକୁ ଦୃଷ୍ଟିରେ ରଖି  ଥାନା ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଅତିରିକ୍ତ ଏସପି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା  କରୁଛନ୍ତି । ପରେ ଥାନା ଘେରାଉ ପ୍ରତ୍ୟାହୃତ ହୋଇଛି । କାଲି ପୁଣି ଆଲୋଚନା ହେବ । ଏଥିପାଇଁ ୨୪ ଘଣ୍ଟାର ମହଲତ ମାଗିଛି ପୁଲିସ ।
 

ତେବେ ଏକ ମିଛି ମାମଲାରେ କିଛି ଦିନ ପୂର୍ବରୁ ରଶ୍ମିତାଙ୍କ ସ୍ୱାମୀଙ୍କୁ ମାହାଙ୍ଗା ପୋଲିସ ଘରୁ ଉଠାଇ ନେଇ ହାଜତରେ ରଖିଥିଲା । ରଶ୍ମିତା ସ୍ୱାମୀଙ୍କୁଚ ଦେଖାକରିବାକୁ ଯାଇଥିଲେ ବି ତାଙ୍କୁ ପୋଲିସ ଦେଖା କରିବାକୁ ସୁଯୋଗ ଦେଇନଥିଲା ବରଂ ଖରାପ ବ୍ୟବହାର କରିଥିବା କହିଥିଲେ ରଶ୍ମିତା । ତେବେ ପୋଲିସର ଏପରି ଆଚରଣରେ ହତାସ ହୋଇ ରଶ୍ମିତା ଥାନା ଆଗରେୂ ଆତ୍ମାହୂତି ଦେଇଥିଲେ ।