କନକ ବ୍ୟୁରୋ: ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କରେ ଯୋଗ ବିଜ୍ଞାନ ସଂସ୍ଥାନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ୨୦୧୬ ଏପ୍ରିଲ ୧୬ ତାରିଖରେ ପ୍ରତିଷ୍ଠା ହୋଇଥିବା ଏହି ଯୋଗକେନ୍ଦ୍ର ପ୍ରତି ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରି ଆସୁଛି । ସମସ୍ତ ସାଧକ ସାଧିକାଙ୍କୁ ଏକ ଯୋଗ ସୂତ୍ରରେ ବାନ୍ଧି ରଖି ସୁସ୍ଥ ରଖିବାର ପ୍ରୟାସ ଜାରି ରଖିଛି ଯୋଗ ବିଜ୍ଞାନ ସଂସ୍ଥାନ । ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ଏହି ଯୋଗକେନ୍ଦ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ପରିବର୍ତ୍ତିତ ଓ ପ୍ରତିଯୋଗିତାମୟ ଦୁନିଆରେ ଯୋଗର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ।

Advertisment

ସେହିପରି ଯୋଗକେନ୍ଦ୍ରର ଯୋଗ ଗୁରୁ ପ୍ରମୋଦ କୁମାର ସାହୁ କହିଥିଲେ କି ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ ଏହା ଜୀବନ ଜିଇଁବାର ଏକ ତରିକା । ଯୋଗ ମାଧ୍ୟମରେ ଆମେ ସାରା ଦୁନିଆ ସହ ଯୋଡ଼ି ହୋଇ ପାରିବା । ଆସନ୍ତୁ ଶପଥ ନେବା ପ୍ରତିଦିନ ଯୋଗ କରିବା ଓ ସୁସ୍ଥ ରହିବା ।