କନକ ବ୍ୟୁରୋ : ବସ୍ତିଆ ମେମୋରିଆଲ୍ ଟ୍ରଷ୍ଟ ସେକ୍ଟର-୯ ସ୍ଥିତ ନୀହାରବାଳା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାଟି ବସ୍ତିଆ ମେମୋରିଆଲ୍ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ହେମନ୍ତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ଯୋଗ ମଣିଷ ଜୀବନରେ କେତେ ଜରୁରୀ ତାହା ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ସଭାର ମୁଖ୍ୟ ଅତିଥି ହେମନ୍ତ କୁମାର ମିଶ୍ର କହିଥିଲେ ।
ମାନ୍ୟଗଣ ବ୍ୟକ୍ତି ଭାବେ ବସ୍ତିଆ ମେମୋରିଆଲ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟ ଇଂ ଗୌତମ ମିଶ୍ର, ନୀହାରବାଳା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ସେକ୍ରେଟାରି ନିବେଦିତା ମିଶ୍ର, ପ୍ରିନ୍ସିପାଲ୍ ଆହୁତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ଯୋଗରେ ଅଂଶଗ୍ରହଣ କରିଥିଲେ ।