କନକବ୍ୟୁରୋ : ପହଲଗାମରେ ଆତଙ୍କୀ ଆକ୍ରମଣକୁ ନେଇ ସାରା ଦେଶରେ ହାଇ ଆଲର୍ଟ ଜାରି ହୋଇଛି  ।  କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳବର୍ତ୍ତୀ ମହାକାଳପଡାରେ ୨ଟି ଓ ରାଜନଗରରେ ରହିଛି ଗୋଟିଏ ସାମୁଦ୍ରିକ ଥାନା  ।  ହେଲେ ଥାନାରେ ନାହାନ୍ତି ଆବଶ୍ୟକ କର୍ମଚାରୀ ।  ଯାହା ଉପକୂଳ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛି  ।   ତାଳଚୁଆ ସାମୁଦ୍ରିକ ଥାନାରେ ୩୯ କର୍ମଚାରୀ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୭ ଜଣ  ।  

Advertisment

ସେହିପରି ପାଟ୍ରୋଲିଂ ପାଇଁ ୪ଟି ବୋଟ ବଦଳରେ ଅଛି ମାତ୍ର ଗୋଟିଏ  ।   ମାତ୍ର ୧୧ ଜଣ କର୍ମଚାରୀଙ୍କୁ ନେଇ ଚାଲିଛି ଥାନା  ।  ଏଠି ୩ଟି ସ୍ପିଡ୍‌ ବୋଟ୍‌ ଅଛି, ହେଲେ ଗୋଟିଏ ମାତ୍ର ସଚଳ ।  ଗୋଟିଏ ପୁରୀ ନବକଳେବର ପାଇଁ ଯାଇଛି,  ଅନ୍ୟଟି ଅଚଳ  ।  ତନ୍ତିଆପାଳ ଥାନାରେ ଜଣେ ଆଇଆଇସି, ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ ଓ ଜଣେ ହାବିଲଦାର ଓ ୪ କନେଷ୍ଟବଳ ଅଛନ୍ତି  । ଏଠି ମଧ୍ୟ ସମସ୍ୟାର ଲମ୍ବା ତାଲିକା  ।

ରହିବା ପାଇଁ କ୍ୱାର୍ଟର୍ସ ଓ ପାଣି ବ୍ୟବସ୍ଥା ନଥିବାରୁ କର୍ମଚାରୀମାନେ ଅସୁବିଧା ଭୋଗୁଛନ୍ତି  ।  ଅନେକ ସମୟରେ ବାଂଲାଦେଶୀ ଅନୁପ୍ରବେଶକାରୀ ଆସୁଥିବାର ପ୍ରଚାର ହେଉଛି । ହେଲେ ଯଦି ସାମୁଦ୍ରିକ ଥାନାର ଏଭଳି ଅବସ୍ଥା , ତେବେ ଉପକୂଳ ସୁରକ୍ଷା କେମିତି ତାହା ସ୍ପଷ୍ଟ ଅନୁମେୟ । ପୋଲିସ କିଭଳି ଶତ୍ରୁଙ୍କ ସହ ମୁକାବିଲା କରିବେ  ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।