କନକ ବ୍ୟୁରୋ: ଋଷିଆରେ ବଡ଼ ଧରଣର ଭୂ-କମ୍ପ । ୮.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ୨୪ ଘଣ୍ଟାରେ ୨୦୦ରୁ ଅଧିକ ଝଟ୍‌କା ଅନୁଭୂତ । ରୁଷ, ଜାପାନ, ଆମେରିକାରେ ସୁନାମୀ ଚେତାବନୀ, ୩ ମିଟର ପର୍ଯ୍ୟନ୍ତ ଉଠିପାରେ ଜୁଆର

Advertisment

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ବନକଲାଗି ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ଦେବନି ଜଗା

ଆଜି ନିସାର୍‌(NISAR) ଉପଗ୍ରହର ହେବ ଉତ୍‌କ୍ଷେପଣ । ଶ୍ରୀହରିକୋଟ୍ଟା ସ୍ପେସ୍‌ ଷ୍ଟେସନ୍‌ରୁ ୫ଟା ୪୦ରେ ହେବ ଲଞ୍ଚ୍ । GSLV-F16 ଜରିଆରେ ମହାକାଶ ପଠାଯିବା ଉପଗ୍ରହ, ISRO ଏବଂ NASAର ମିଳିତ ବିକଶିତ ନିସାର୍ ମିଶନ 

କଂଗ୍ରେସକୁ ଅମିତ ଶାହଙ୍କ ପଏଣ୍ଟ ୱାଇଜ୍ ନିଶାନା । ନେହରୁଙ୍କ ତ୍ରୁଟି ପାଇଁ POKର ସୃଷ୍ଟି କହିଲେ ଶାହ । ଦେଶ ବିଭାଜନ ପ୍ରସ୍ତାବକୁ ସ୍ୱୀକାର ଥିଲା କଂଗ୍ରେସର ମସ୍ତବଡ଼ ଭୁଲ୍‌

ମୃତ୍ୟୁ ପରେ ବାପାଙ୍କ ଶରୀର ଦାନ କଲା ପୁଅ । ବାପାଙ୍କ ଶେଷ ଇଚ୍ଛା ପୂରଣ କରି ଏମ୍‌କେସିଜିକୁ ହସ୍ତାନ୍ତର କଲେ ମରଶରୀର । ଚାକିରି ବେଳେ ଶରୀର ଦାନ ପାଇଁ ଇଚ୍ଛା କରିଥିଲେ ଗଞ୍ଜାମ ଧରାକୋଟର ଦୁର୍ଯ୍ୟୋଧନ ନାୟକ 

ଆଜି ବଣ୍ଡାଘାଟି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚମ୍ପା ଧାଙ୍ଗଡା ମାଝୀର ଅନୁରୋଧ ରକ୍ଷା କରି ଘାଟିକୁ ମୁଖ୍ୟମନ୍ତ୍ରୀ ଯିବେ

ଅପରେସନ୍‌ ସିନ୍ଦୂରକୁ ନେଇ ସଂସଦରେ ଜୋରଦାର ଚର୍ଚ୍ଚା । ବିରୋଧୀ ଦଳର ଗୋଟି ଗୋଟି କରି ଉତ୍ତର ଦେଲେ ମୋଦୀ । ନାଁ ନେଇ କଂଗ୍ରେସକୁ କଲେ ଟାର୍ଗେଟ୍‌…କହିଲେ, କଂଗ୍ରେସର ଏଯାଏଁ ସରିନି ପାକିସ୍ତାନ ପ୍ରେମ

ଲଘୁଚାପର ପ୍ରଭାବ । ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା । ଗତକାଲି ଅପରାହ୍ନରୁ ରାଜଧାନୀରେ ଲାଗିରହିଛି ବର୍ଷା । ବିଭିନ୍ନ ସ୍ଥାନରେ ଜମିଛି ପାଣି

ଶ୍ରାବଣ ମାସରେ ଆକାଶ ଛୁଆଁ ପରିବା ଦର । ସବୁ ପରିବାର ଦର ୫୦ ଉପରେ । ବନ୍ୟା ଓ ପରିବା ମିଳୁନଥିବାରୁ ହଠାତ୍‌ ବଢ଼ିଲା ଦର

ଧୀରେ ଧୀରେ କମୁଛି ବନ୍ୟା । ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ଏବେ ବି ଅନେକ ସ୍ଥାନରେ ଛାଡ଼ିନି ବନ୍ୟାପାଣି । ପାଣି ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରିବେ ସରକାର