କନକ ବ୍ୟୁରୋ : ଏଥର ରଜରେ ପ୍ରବଳ ବର୍ଷିବ । ଦକ୍ଷିଣ ପୂର୍ବ ଓ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେଧୀରେ ଏହା ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ଭିତରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାର ସମ୍ଭାବନା ଥିବାରୁ ଏଥର ରଜରେ ମେଘୁଆ ପାଗ ରହିବ ବୋଲି ଆକଳନ କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ପାଇଁ ୨୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ କରାଯାଇଛି । ୧୪ ତାରିଖଠାରୁ ଧୀରେଧୀରେ ବର୍ଷାର ବିସ୍ତୃତି ବଢିପାରେ ।
ଏଥର ରଜରେ ପ୍ରବଳ ବର୍ଷିବ : ୧୩ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ବର୍ଷା ସତର୍କତା
ଏହାସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାର ସମ୍ଭାବନା ଥିବାରୁ ଏଥର ରଜରେ ମେଘୁଆ ପାଗ ରହିବ ବୋଲି ଆକଳନ କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
/kanak/media/media_files/2025/06/09/MbPDlQj8L6Y6cncFQElg.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)